Hot Posts

6/recent/ticker-posts

ଭବାନିପାଟଣା ରେ ନବ ଗଠିତ ଓଡ଼ିଶା ଜନତା କଂଗ୍ରେସ ଦଳର ଏକ ବିରାଟ ଜନ ସମାବେଶ କାର୍ଯ୍ୟକ୍ରମ, "ନୂଆ ଦଳ ନୂଆ ସମ୍ଭାବନା"

ଭବାନୀପାଟଣା, ୧୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଏକ ବିରାଟ ଜନ ସମାବେଶ କାର୍ଯ୍ୟକ୍ରମ ସକାଳ ୧୦.୩୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ଜନସମାବେଶରେ ଦଳର ବରିଷ୍ଠ ନେତା ମଧୁ ମହାନ୍ତିଙ୍କ ସଭାପତିତ୍ୱ କରିଥିଲେ ଓ ମହମ୍ମଦ ମୋକିମ୍ Mohammed Moquim ଯୋଗଦେଇ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଜୟନ୍ତ କୁମାର ନାୟକ, କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମୀ ଯଥା ସୁନନ୍ଦ ପଟ୍ଟନାୟକ, ରାମ ପାଣିଗ୍ରାହୀ ଲମ୍ବୋଦର ତାଣ୍ଡି, କାଳିଆ ସରାଫ, ପ୍ରଭାକର ବେହେରା, ପ୍ରକାସ ମଙ୍ଗରାଜ, ଚିତ୍ରସେନ ଜାଲ, ବିଦ୍ୟାଧର ମୁଣ୍ଡ, ପ୍ରଣବ ଭୋକ୍ତା, କଳା କାହୁଁ ସା ରାଣା ପ୍ରତାପ ନାଏକ ଓ ସମର୍ଥକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଦଳର ସଂଗଠନ ସୁଦୃଢ଼ କରିବା ସହ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଥିଲା ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ