ଦୁଇ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ।
ବାଲିଆପାଳ, ୦୧/୦୫ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଜଗାଇ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମାନସୀ ସାହୁଙ୍କ ସଭାପତିତ୍ୱରେ ସହ ଗ୍ରନ୍ଥଗାରିକ ସରୋଜ କୁମାର ତ୍ରିପାଠୀ ଓ ଶିକ୍ଷା ପ୍ରଦର୍ଶକ ପୂର୍ଣ୍ଣେନ୍ଦୁ ଭୂୟାଁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଦୟାନିଧି ସାହୁ ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ବିଶ୍ୱାଳ ବିଦାୟୀ କର୍ମଚାରୀମାନଙ୍କ ବିବିଧ ଗୁଣ ବର୍ଣ୍ଣନା କରିଥିଲେ। ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ପ୍ରଭାଂଶୁ କୁମାର ସି, ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ବିଜୟ କୁମାର ଜେନା, ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ପ୍ରଭାତ କୁମାର ଜେନା, ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଜଗଦୀଶ ବିଶ୍ୱାଳ, ଶିକ୍ଷା ବିଭାଗ ମୁଖ୍ୟ ପ୍ରହ୍ଲାଦ ବତ୍ସଳ ବେହେରା ପ୍ରମୁଖ ଦୁଇ ବିଦାୟୀଙ୍କ ଗୁଣ ଗାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଦ୍ୟାଧର କୁହ୍ଲାରୀ, ସନ୍ତୋଷ କୁମାର ମହାନା, ସଂଜୟ କୁମାର ଦାସ, ରାଧାକାନ୍ତ ମହାନ୍ତି, ବିକାଶ ରଞ୍ଜନ ପ୍ରଧାନ, ଡକ୍ଟର ବାମଦେବ ଆଚାର୍ଯ୍ୟ, ସୁଶାନ୍ତ ରାଜ, ଅଭିଳାଷ ବେହେରା, ଆଶିଷ କୁମାର ଓଝା,ଅଧ୍ୟାପିକା ଶାନ୍ତିଲତା ଦାସ, ସୁପ୍ରସିନୀ ବେହେରା, ସସ୍ମିତା ସିଂ, ଅନିତା ପାତ୍ର,ମନସ୍ବିନୀ ଆଚାର୍ଯ୍ୟ, ଅନ୍ତକର୍ମୀ ଶାନ୍ତନୁ ସାମଲ, ପ୍ରକାଶ ସାହୁ, ଜୟନ୍ତୀ ଦାସ,ଅଣଶିକ୍ଷକ କର୍ମଚାରୀ , କାହ୍ନୁ ଚରଣ ଆଦକ, ଅମୂଲ୍ୟ ମଣ୍ଡଳ ପ୍ରମୁଖ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦାୟୀ ସହ ଗ୍ରନ୍ଥଗାରିକ ସରୋଜ କୁମାର ତ୍ରିପାଠୀ ଓ ଶିକ୍ଷା ପ୍ରଦର୍ଶକ ପୂର୍ଣ୍ଣେନ୍ଦୁ ଭୂୟାଁ ନିଜ କର୍ମମୟ ଜୀବନର ଅବତାରଣା କରିଥିଲେ l ପରିଶେଷରେ ଅଧ୍ୟାପକ ମନୋରଞ୍ଜନ ମହାନ୍ତି ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l