Hot Posts

6/recent/ticker-posts

କାଳ ବୈଶାଖୀ ଯୋଗୁଁ ରବି ଧାନ ଓ ମୁଗ ଚାଷରେ କ୍ଷତି ଚାଷୀ ମୁଣ୍ଡରେ ଅଦିନିଆଁ ଚଡକ

ବାଲିଆପାଳ, ୦୧/୦୫ ( ସନ୍ୟାସୀ ବେହେରା ) : ଗଲା ଦୁଇ ଦିନ ହେବ ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ କାଳ ବୈଶାଖୀ ଲାଗି ରହିଛି।କାଳ ବୈଶାଖୀ ଯୋଗୁଁ ପାଚିଲା ରବି ଧାନ ଫସଲ ଓ ଅମଳ ହେବାକୁ ଥିବା ମୁଗ ବିରି ଚାଷରେ ବ୍ୟାପକ କ୍ଷତି ପରିଲକ୍ଷିତ ହୋଇଛି। ପାଚିଲା ଧାନ ଫସଲରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ ହୋଇଛି। ଏଥି ଯୋଗୁଁ କେଣ୍ଡାରୁ ଧାନ ଗୁଡିକ ଖସି ମାଟିରେ ମିଶି ଯାଇଛି। ଲଗାତର ବର୍ଷା ଯୋଗୁଁ କେଣ୍ଡାରେ ଧାନ ଗଜା ହୋଇ ଯାଇଛି। କେତେକ ବିଲରେ ଧାନ ଗଛ ଗୁଡିକ ଶୋଇ ଯାଇଛି। ବିଲରେ ବର୍ଷା ପାଣି ଥିବାରୁ ଧାନ ଗଜା ହେବା ସୁନିଶ୍ଚିତ । ଚଳିତ ବର୍ଷ ଚାଷୀ ଚଢ଼ା ଦରରେ ସାର ଔଷଧ କିଣି ଚାଷ କରି ଥିଲେ। କେତେକ ଚାଷୀ ଜାତୀୟ କରଣ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ଆଣିଥିଲେ। ଏବେ ଫସଲ ନଷ୍ଟ ଯୋଗୁଁ ଚାଷୀଙ୍କୁ ଋଣ ସୁଝିବା ମାଡ ଘାରିଛି। ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାକୁ ଦାବି ହୋଇଛି। ସେହିପରି ରବି ମୁଗ ବିରି ଚାଷରେ ବ୍ୟାପକ କ୍ଷତି ପରିଲକ୍ଷିତ ହୋଇଛି। ପାଚିଲା ରବି ମୁଗ ବିରି ଚାଷକୁ ଚାଷୀ ଅମଳ କରି ନ ପାରି ନାହିଁ। କ୍ରମାଗତ ବର୍ଷା ଯୋଗୁଁ ଫସଲ ଅମଳ ହୋଇ ପାରୁ ନାହିଁ। ମୁଗ ବିରି ଚାଷ ଗଜା ହେବାକୁ ବସିଛି। ଅନୁକୂଳ ପାଗ ଯୋଗୁଁ ରବି ମୁଗ ବିରି ଚାଷ ଖୁବ୍ ଭଲ ହୋଇ ଥିଲା। ମୁଗ ବିରି ଚାଷ ର ଚାଷୀଙ୍କୁ ସରକାର ସହାୟତା ଯୋଗାଇଦେବାକୁ ଅନନ୍ତ ରାଉତ, ଅନନ୍ତ କୁମାର ଜେନା, ଅତୁଲ କୁମାର ଭୋଳ , ଶରତ କୁମାର ପ୍ରଧାନ, ଘନଶ୍ୟାମ ମିଶ୍ର, ଗଣେଶ ଚନ୍ଦ୍ର ସେଠୀ, ରାଧା ଶ୍ୟାମ ରାଉଳ, ଲକ୍ଷ୍ମଣ କୁମାର୍ ନାୟକ ପ୍ରମୁଖ ଦାବି କରିଛନ୍ତି।