ଚକାପାଦ, ୨୦/୦୫ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ର ଆରାବାକା ବାଡ଼ରୁଗୁଡା ଗ୍ରାମ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କୁଇ ସମାଜ ର ରାଗା ଓ ବଡା ଜିଗିନାଗାଁ ଶାଖାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଭାପତି ଶ୍ରୀ ନୀଳାମ୍ବର କହଁର , ଉପ ସଭାପତି ସତ୍ୟନାରାୟଣ କହଁର ସଂପାଦକ ଶ୍ରୀ ବଳିନ୍ଦ୍ର କହଁର , କୋଷାଧ୍ୟକ୍ଷ ଶ୍ରୀ ପ୍ରଭାକର ପ୍ରଧାନ ତଥା ସମସ୍ତ ଓ୍ବାର୍ଡ ମେମ୍ବର, ସାମ୍ବାଦିକ ବାଳକୃଷ୍ଣ କହଁର, ସରପଞ୍ଚ, ବିଭିନ୍ନ କ୍ଲାମ୍ବୁ ର ସଭାପତି,କୋଷାଧକ୍ଷ ମାନେ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ଆଦିବାସୀଙ୍କ ବିଭିନ୍ନ ସମସ୍ଯା ଯେପରିକି ଶିକ୍ଷା,ସ୍ଵାସ୍ଥ୍ଯ, ଆର୍ଥିକ ବିକାଶ ଦିଗରେ ସମସ୍ଯା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଆଦିବାସୀଙ୍କ ଜାତି,ଜମି,ଜଙ୍ଗଲର ସୁରକ୍ଷା ତଥା ଆଦିବାସୀ ନାରୀ ସଶକ୍ତିକରଣ ଓ ସୁରକ୍ଷା ଦିଗରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ବରିଷ୍ଠ ଆଦିବାସୀ ସମାଜସେବୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଦିବାସୀ ଙ୍କ ବିକାଶ ଉଦ୍ଦେଶ୍ଯରେ ୪ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯଥା ୧-କୃଷିର ଉନ୍ନତି ପାଇଁ ଆଦିବାସୀଙ୍କୁ ସମ୍ମନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ତରଫରୁ ଉତ୍ତମ ବିହନ,କୃଷି ଯନ୍ତ୍ରପାତି ଯୋଗାଇବା । ୨-ଶିକ୍ଷିତ ବେକାରୀ ଦୂରିକରଣ ନିମନ୍ତେ ବିଭିନ୍ନ ଧନ୍ଦାମୂଳକ ତାଲିମ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ୩-ଶିକ୍ଷାର ବିକାଶ ପାଇଁ କେତେକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ହଷ୍ଟେଲ) ଖୋଲି ଆଦିବାସୀଙ୍କ ନିମନ୍ତେ ବିଜ୍ଞାନ ଭଳି କଳା,ବାଣିଜ୍ଯ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ଯକ୍ରମ ସଂଯୁକ୍ତ କରାଯାଉ ।୪- ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଆଦିବାସୀଙ୍କ କାର୍ଯ୍ଯକୁ ପ୍ରାଥମିକତା ଭିତ୍ତିରେ କରାଯାଉ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ଯରେ କ୍ବିଜ ପ୍ରତିଯୋଗିତା କରାଯିବା ସହିତ ଚଳିତ ବର୍ଷ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାକୁ ଗ୍ରାମ୍ୟ ସଭାପତି ମଧୁସୂଦନ କହଁର,ଉପସଭାପତି ମୁନିବର କହଁର,ସମ୍ପାଦକ ଵାପିନା କହଁର,କୋଷାଧକ୍ଷ ଯୁଧିଷ୍ଠିର କହଁର, ଉପଦେଷ୍ଟା କବିଚନ୍ଦ୍ର କହଁର କାର୍ଯ୍ୟକ୍ରମ କୁ ତୁଲାଇଥିବାଥିବା ବେଳେ ବାଡୁରୁଗୁଡା ଗ୍ରାମବାସି ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।
