Hot Posts

6/recent/ticker-posts

କଲ୍ୟାଣସିଂପୁର ବ୍ଲକ ର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ଗ୍ରସ୍ତ କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ରାୟଗଡ଼ ।

ରାୟଗଡ଼ା, ୨୦/୦୫ ( ଭି. ଗୌରି ଶଙ୍କର ରାଓ ) : ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରଥମେ କଲ୍ୟାଣସିଂପୁର ବ୍ଲକ ସ୍ଥିତ ପାର୍ଶାଲି ପଞ୍ଚାୟତ ରେ ପହଞ୍ଚିଥିଲେ I ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ପ୍ରଶାସନ ର ସମସ୍ତ କର୍ମଚାରୀ ଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କିଭଳି PM ଜନମନ ଘର ଆଗାମି ଏକ ମାସ ମଧ୍ୟରେ ଅର୍ଥାତ ଜୁନ୍ ୩୦ ସୁଧା କାର୍ଯ୍ୟ ସମାପନ କରାଯିବ ତାହାର ଏକ ବିସ୍ତୃତ ଖସଡା ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କ ସହ ମିଶି ବାଙ୍ଗାପଡ଼ି ଗ୍ରାମ ଅଭିମୁଖେ ବାହାରିଥିଲେ। ଅଧା ବାଟରେ ଗାଡ଼ି ରଖି ଚାଲି ଚାଲି ଯାଇ ବାଙ୍ଗାପାଡି ଗ୍ରାମରେ ପହଞ୍ଚି ସେଠାକାର ପରିସ୍ଥିତି ପରଖିଥିଲେ। ବିଶେଷ ଭାବରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ଯଥା- ପିଇବା ପାଣି, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଙ୍ଗନୱାଡ଼ି ପିଲାଙ୍କ ଖାଦ୍ୟ, ରାସନ୍ ଇତ୍ୟାଦି ପିଭିଟିଜି ଲୋକଙ୍କ ପାଖରେ ପହଞ୍ଚୁଛି କି ନାହି ତାର ସବିଶେଷ ତଥ୍ୟ ନେଇଥିଲେ।ଆଗକୁ ବର୍ଷାଦିନ ଆସୁ ଥିବାରୁ ରାସ୍ତା ଏକ ପ୍ରମୁଖ ଅସୁବିଧାର କାରଣ ହେଉଥିବା ଯୋଗୁଁ PM ଜନମନ ହିତାଧିକାରୀ ମାନେ ବର୍ତ୍ତମାନ କିଭଳି ଭାବରେ ଠିକ ସମୟରେ ଘର ସାରି ପାରିବେ ଏଥି ନିମନ୍ତେ ବ୍ଲକ ପ୍ରଶାସନ କୁ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତତ୍ ପରେ ପରେ ସମସ୍ତ ଅଧିକାରୀ ଙ୍କ ସହ ଆଉ ଏକ ଦୁର୍ଗମ ଗ୍ରାମ ନିଶିଖାଲ କୁ ଗସ୍ତ କରିଥିଲେ। ନିର୍ଗୁଣ୍ଡି ଠାରୁ ନିଶିଖାଲ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ଅନୁଧ୍ୟାନ କରିଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ମାନଙ୍କୁ ସେହି ରାସ୍ତା କୁ ଆଉ ଟିକେ ସୁଗମ କରିବା ପାଇଁ କହିଥିଲେ। ଯଦ୍ୱାରା, ଏହି ବାଟ ଦେଇ ଅମ୍ବଦନି ଗ୍ରାମ କୁ ଗୃହ ନିର୍ମାଣ ସାମଗ୍ରୀ ନେବା ନିମନ୍ତେ ମୁନିଗୁଡା ବ୍ଲକ ପ୍ରଶାସନ କୁ ସୁବିଧା ହେବ ବୋଲି ମତ ଦେଇଥିଲେ। ପ୍ରକାଶ ଥାଉ କି ଜିଲ୍ଲା ରେ ସରକାର ଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ୭୭୦୧ PM-JANMAN ଘର ମଧ୍ୟରୁ ଆଜି ପର୍ଯ୍ୟନ୍ତ ୬୬୫୮ ଟି ଘର କାମ ସଂପୂର୍ଣ୍ଣ ହୋଇସାରିଛି। ଯାହାକି ଶତକଡା ୮୬ ପ୍ରତିଶତ ଅଟେ ଏବଂ ବାକି ରହିଥିବା ୧୪ ପ୍ରତିଶତ ଘର କାମ ଶୀଘ୍ର ସାରିବା ପାଇଁ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ୪ ଗୋଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ତତ୍ପର ହୋଇଛନ୍ତି। ଆଜିର ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣସିଂପୁର, ନିର୍ବାହୀ ଯନ୍ତ୍ରୀ, ପ୍ରୋଗ୍ରାମ ମ୍ୟାନେଜର ଗ୍ରାମୀଣ ଗୃହ ବିଭାଗ, ଜିଲ୍ଲା ପରିଷଦ ରାୟଗଡ଼, ସମିତି ସଭ୍ୟ, ସ୍ଥାନୀୟ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ , ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।