Hot Posts

6/recent/ticker-posts

ଶିଶୁ ଭବନ ରେ ବିରଳ ଘଟଣା, ଗୋଟିଏ ଦିନର ଶିଶୁ ଦେହରେ ୫୦୦ ଗ୍ରାମ ଟ୍ୟୁମର

କଟକ, ୦୧/୦୫ ( ଦେବୀଦତ୍ତ ଶିବପ୍ରସାଦ ନାୟକ ) : କଟକ ଶିଶୁଭବନ ରେ ଘଟିଛି ଏପରି ବିରଳ ଘଟଣା! ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ମୋଟା ଗାଁ ର ଜଣେ ଦିନକର ଶିଶୁକନ୍ୟା ଶିଶୁ ଭବନ ରେ ଆଡ଼ମିଶନ ହେଇଥିଲା! ଶିଶୁର ଓଜନ ୩ କେଜି ଥିବା ବେଳେ ମେରୁ ହାଡ ର ଶେଷ ଭାଗରେ ଥିବା ଟେଲ୍ ବୋନ ରେ ଏକ ୫୦୦ ଗ୍ରାମ ଓଜନ ର ଟ୍ୟୁମର ଥିବା ଦେଖିବାକୁ ମିଳିଥିଲା! ଶିଶୁ ଭବନ ର ଶିଶୁ ଶଲ୍ୟ ବିଭାଗ ର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହେଇଥିଲା! ଦୁଇ ଘଣ୍ଟା କାଳ ଅସ୍ତ୍ରୋପଚାର ପରେ ଟ୍ୟୁମର କୁ କାଢି ଅଲଗା କରାଯାଇଛି। ଶିଶୁ ଶଲ୍ୟ ବିଭାଗ ର ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଅବିନାଶ କୁମାର ପଣ୍ଡା, କିରଣ କୁମାର କର, ସୁବାସ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ସାମିଲ ହୋଇଥିଲେ। ଶିଶୁଭବନ ଅଧିକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରୀ ଟିମ୍ ଙ୍କ ଅନୁଧ୍ୟାନ ରୁ ଜଣାପଡିଛି ଯେ ମା ପେଟରେ ଭୂର୍ଣ ର ବିକାଶ ସମୟରେ ଏଭଳି ଟ୍ୟୁମର ହୋଇଥାଏ। ସାରା ବିଶ୍ୱ ରେ ପ୍ରତି ୪୦ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଙ୍କ କ୍ଷେତ୍ରରେ ଏଭଳି ଟ୍ୟୁମର ଦେଖିବାକୁ ମିଳିଥାଏ। ଶିଶୁ ପୁତ୍ର ଙ୍କ ଅପେକ୍ଷା ଶିଶୁକନ୍ୟା କ୍ଷେତ୍ରରେ ଅଧିକ ଏଭଳି ଟ୍ୟୁମର ଦେଖାଯାଇଥାଏ। ଶିଶୁକନ୍ୟା ଙ୍କ କ୍ଷେତ୍ରରେ କାହିଁକି ଏଭଳି ଅଧିକ ହୁଏ ତାର କାରଣ ଅସ୍ପଷ୍ଟ। ଢେଙ୍କାନାଳ ର ଏହି ଶିଶୁକନ୍ୟା ଦେହରେ ୫୦୦ ଗ୍ରାମ ର ଟ୍ୟୁମର ସମ୍ପୂର୍ଣ୍ଣ ବିରଳ ଘଟଣା। ସାଧାରଣତଃ ଜନ୍ମିତ ଶିଶୁଙ୍କ ଟ୍ୟୁମର ୫୦-୧୦୦ ଗ୍ରାମ ଭିତରେ ଦେଖାଯାଇଥାଏ ବୋଲି ଶିଶୁଭବନ କତୃପକ୍ଷ ଙ୍କ ପକ୍ଷ ରୁ ସୂଚନା ଦିଆଯାଇଛି


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ