Hot Posts

6/recent/ticker-posts

ନିଖିରେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ପର୍ବର ଶୁଭାରମ୍ଭ l

ବାଲିଆପାଳ, ୦୩/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ସର୍ବ ପୂରାତନ ନିଖିରା ଗ୍ରାମରେ ଅବସ୍ଥିତ ସ୍ୱୟମ୍ଭୁ ବାବା ନିଖିରେଶ୍ବର ମହାଦେବ ଜୀଉଙ୍କ ପ୍ରସିଦ୍ଧ ଚଡ଼କ ପର୍ବ ବୁଧବାର ଠାରୁ ଶୁଭାରମ୍ଭ ହୋଇଯାଇଛି । କୌଳିକ ରୀତିନୀତି ଅନୁଯାୟୀ ପ୍ରଥମେ ଘଟୋଉତ୍ତଳନ କରାଯାଇ ଏହି ପର୍ବର ଶୁଭାରମ୍ଭ ହୋଇଛି । ପରେ ତେର ଭକ୍ତା ଉପବୀତ ଧାରଣ କରିଥିଲେ l ଚଳିତ ବର୍ଷ ପାଟଭକ୍ତା ଭାବ ପାଳବେଗୁନିଆ ଗ୍ରାମର ମଳୟ ରଞ୍ଜନ ଭୂୟାଁ, ଶ୍ରୀ ବେକଡି ଭାବେ ନିଖିରା ଗ୍ରାମର ଈଶ୍ୱର ଚନ୍ଦ୍ର ବେହେରା, ଘଣ୍ଟୁଆଳ ଭକ୍ତା ଭାବେ ଜାମଳା ଗ୍ରାମର ସୁଜୟ କୁମାର ଦେ ,ଦେଉଳିଆ ଭକ୍ତା ଗୋପ ନାରାୟଣ ଜେନା, ମାଳି ଭକ୍ତା ରାଜେଶ ଜେନା, ଚନ୍ଦନିଆ ଭକ୍ତା ବିଜୁ ପାଳ,ମାଣିକ ଭକ୍ତା ଗଣେଷ ଦେ, ଆଲମଧାରୀ ଭକ୍ତା ପ୍ରସାଦ ବେହେରା, ଭୋଗସ୍ୱାମୀ ଭକ୍ତା ଗୁରୁ ପ୍ରସାଦ ପାତ୍ର, ଭଣ୍ଡାରୀଆ ଭକ୍ତା କାଶୀନାଥ ଜେନା, ଦାନ୍ତ କାଠିଆ ଭକ୍ତା ପ୍ରମିତ କୁମାର ଜ୍ୟୋତି , ଘଣ୍ଟ ବାଦକ ଭକ୍ତା ଇନ୍ଦ୍ରଜିତ ମହାପାତ୍ର , ଗୋବରିଆ ଭକ୍ତା ସୁମନ ଜେନା ପ୍ରମୁଖ ୧୩ ଭକ୍ତ ଉପବୀତ ଧାରଣ କରିଛନ୍ତି l ୧୩ ଭକ୍ତାମାନଙ୍କ ଦ୍ୱାରା ଦୈନନ୍ଦିନ ଗ୍ରାମ ପରିକ୍ରମା ଚାଲୁ ରହିଛି l ବାବା ନିଖିରେଶ୍ବରଙ୍କ ଚଡ଼କ ମେଳା କମିଟିର ସମସ୍ତ ସଦସ୍ୟ ଚଡ଼କ ମେଳାକୁ ପରିଚାଳନାରେ ସହଯୋଗ କରୁଛନ୍ତି l ୭ ତାରିଖ ପଡ଼ା ବାଉଁଶ ଛେଦନ ଏବଂ କାମିନୀ ଘଟୋଉତ୍ତଳନ,୮ତାରିଖ ହର ପାର୍ବତୀ ବିବାହ ଉତ୍ସବ,୯ ତାରିଖ ପଞ୍ଚମ ଅର୍ଘ୍ୟ, ୧୧ ତାରିଖ ତୃତୀୟ ଅର୍ଘ୍ୟ, ୧୨ ତାରିଖ ମହା ନୀଳ ପର୍ବ ଏବଂ ୧୩ ତାରିଖରେ ବାବା ନିଖିରେଶ୍ୱର ମହାଦେବ ଜୀଉଙ୍କ ପ୍ରସିଦ୍ଧ ପାଟୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l