ବାଗଡିହିରେ ହନୁମାନ ଜନ୍ମୋତ୍ସବ ପାଳିତ
ଲଇକେରା, ୦୩/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଠାରେ ଚୈତ୍ର ପୂର୍ଣ୍ଣିମା ଦିନ ଶ୍ରୀ ହନୁମାନ ଜନ୍ମୋତ୍ସବ ତା:୨.ଏପ୍ରିଲ.୨୦୨୬ ଗୁରୁବାର ଦିନ ମହାଆଡମ୍ୱରରେ ପାଳିତ ହୋଇଯାଇଛି ।ବିଶ୍ୱ କଲ୍ୟାଣ ନିମନ୍ତେ ପଣ୍ଡିତ ଅଜୟ କୁମାର ଶର୍ମା ଶ୍ରୀ ସୁନ୍ଦରାକାଣ୍ଡ ପଠନ କରିଥିଲେ । ରାତ୍ରି ଘ.୮ ଟା ରେ ଶ୍ରୀ ହନୁମାନ ଜୀଙ୍କର ମହାଆରତୀ କରାଯାଇଥିଲା ।ଭଜନ କିର୍ତ୍ତନ ସହ ଅନ୍ନପୂର୍ଣ୍ଣା ପ୍ରସାଦ ଭକ୍ତମାନେ ସେବନ କରିଥିଲେ । ଏହି ଅବସରରେ ବିଜୟ ଟିବଡିୱାଲ, ସଞ୍ଜୟ ଟିବଡିୱାଲ, ରତନ ବାଧାନ, ବବଲି ଟିବଡିୱାଲ, ରାନୁ ଅଗ୍ରୱାଲ , ଅନିଲ ଅଗ୍ରୱାଲ, ଦିନେଶ ଟିବଡିୱାଲ, ଅଶୋକ ଶର୍ମା, ଆଦର୍ଶ ଅଗ୍ରୱାଲ, ଦିନେଶ ସିନ୍ହା, ରୂପେଶ ସିନ୍ହା, ପିୟୁଷ ଟିବଡିୱାଲ, ଆୟୁଷ ଟିବଡିୱାଲ, ପଙ୍କଜ ବାଧାନ ସହିତ ଅନେକ ଭକ୍ତମାନେ ଉପସ୍ଥିତ ଥିଲେ ।