ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ୨୨ଯୋଡ଼ାଙ୍କ ବିବାହ ସମ୍ପନ୍ନ l
ରାୟଗଡ଼ା, ୨୧/୦୪ ( ଭି. ଗୌରି ଶଙ୍କର ରାଓ ) : ସାମାଜିକ ସଂସ୍କାର ଓ ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାୟଗଡ଼ାଠାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜେ.କେ. ପେପର ମିଲ୍ସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ସମାଜରୁ ବାଲ୍ୟବିବାହ ପ୍ରଥାକୁ ସମୂଳେ ଦୂର କରିବା ସହ ନବଦମ୍ପତିଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ଜେ.କେ. ପେପର ମିଲ୍ସର ସିଏସଆର୍ ଶାଖା ‘ସ୍ପର୍ଶ ସୋସିଆଲ ଫାଉଣ୍ଡେସନ୍’ ଏହି ଜିଲ୍ଲାର କାର୍ଯ୍ୟକାରୀ ସଂସ୍ଥା ଭାବେ ସମାରୋହଟିକୁ ସଫଳ ଭାବେ ଆୟୋଜନ କରିଥିଲା। ଏହି ଅବସରରେ ଏସ୍.ଡି.ସି. ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍.ଡି.ସି. ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା, ଓ ବିଶିଷ୍ଟ ଅତିଥି ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, ସମ୍ମାନିତ ଅତିଥି ଏ.ଡି.ଏମ୍. (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ,ଏ.ଡି.ଏମ୍. (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ବିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଏବଂ ଉପ-ଜିଲ୍ଲାପାଳ ଶ୍ରୀ ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗନ୍ସର ବାର୍ଲା, ପି.ଏ.-ଆଇ.ଟି.ଡି.ଏ. ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ଗୋରଡ଼ା, ରାୟଗଡ଼ା ବିଡିଓ ଶ୍ରୀ ସୁଜିତ କୁମାର ମିଶ୍ର, ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସlମନ୍ତ, ଏସ୍.ଏସ୍.ଏସ୍.ଓ. ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ,ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ, ସି.ଡବ୍ଲ୍ୟୁ.ସି. ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ନାଏକ ଏବଂ ଡି.ସି. ଶ୍ରୀ ଦିବାକର ପରିଚ୍ଛା ସହ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୨୨ଟି ଯୋଡ଼ିଙ୍କୁ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ବ୍ୟାଙ୍କ ଖାତାକୁ ୪୫,୦୦୦ ଟଙ୍କା ଆର୍ଥିକ ସହାୟତା (DBT) ମାଧ୍ୟମରେ ପ୍ରଦାନ କରାଯିବ। ଜେ.କେ. ପେପର ମିଲ୍ସର ଜି.ଏମ୍. (ଏଚ୍.ଆର୍. ଓ ଆଇ.ଆର୍.) ଶ୍ରୀ ସନ୍ଦୀପ ପାଣ୍ଡେ, ଜି.ଏମ୍. (କ୍ୱାଲିଟି କଣ୍ଟ୍ରୋଲ) ଶ୍ରୀ ଗୌରୀଶଙ୍କର ପଟ୍ଟନାୟକ ଏବଂ ପି.ଆର୍.ଓ. ଶ୍ରୀମତୀ ସ୍ମୃତିରେଖା କର ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ୍ର ମ୍ୟାନେଜର ଶ୍ରୀ ଆଦିତ୍ୟ ପଟ୍ଟନାୟକ ଓ ତାଙ୍କ ଟିମ୍ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ଏହି ଯୋଜନା ବାଲ୍ୟବିବାହମୁକ୍ତ ସମାଜ ଗଠନ, ମହିଳାଙ୍କ ସମ୍ମାନ ବୃଦ୍ଧି, ଶିକ୍ଷାର ପ୍ରୋତ୍ସାହନ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଏକ ବଳିଷ୍ଠ ଓ ଦୂରଦର୍ଶୀ ପଦକ୍ଷେପ।