Hot Posts

6/recent/ticker-posts

୮୨ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ l

ରାୟଗଡ, ୧୫/୦୪ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ଜିଲ୍ଲା ପରିଷଦର ୮୨ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ ମାନ୍ୟବର ବିଧାୟକ, ରାୟଗଡ,ଶ୍ରୀଯୁକ୍ତ କାଡ୍ରାକl ଆପ୍ପଲ ସ୍ୱାମୀ, ଵିଷମ କଟକ ବିଧାୟକ, ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ସଂସଦଙ୍କ ପ୍ରତିନିଧି, ଗୁଣୁପୁର ବିଧାୟକଙ୍କ ପ୍ରତିନିଧି , ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ପିଏ ଆଇଟିଡ଼ିଏ ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟି ଡିଏ ଗୁଣୁପୁର ଶ୍ରୀ ଅଜୟ କୁମାର ପ୍ରଧାନ,ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ଆହ୍ୱାନ କରିଥିଲେ l ଏହି ବୈଠକରେ ପ୍ରାରମ୍ଭରେ ଜିଲ୍ଲାପାଳ କେତୋଟି ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଷୟରେ ଉଲେଖ କରିଥିଲେ l ଗୁଣୁପୁର ଥେରୁବାଲି ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ହେବ l ଏଥିନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ବ୍ରହ୍ମପୁର ଜୟପୁର ରାସ୍ତା ଓ କେରଡା ରାୟଗଡ଼ ରାସ୍ତା ବର୍ଦ୍ଧିତ କାର୍ଯ୍ୟ କରାଯିବ l ରାୟଗଡ଼ ବାଇପାସ ରାସ୍ତା ନିମନ୍ତେ ଜମି ଅଧିଗ୍ରହଣ କାମ ସରିଯାଇଛି ଜାତୀୟ ରାଜ ପଥ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଵିଷମ କଟକ ଓ ମୁନିଗୁଡା ପାଇଁ ବାଇପାସ କରାଯିବ l ଗ୍ରାମlଞ୍ଚଳରେ ରାସ୍ତାଘାଟ ଉନ୍ନତିକାରଣ ନିମନ୍ତେ ଜିଲ୍ଲାରେ ପାଖାପାଖି ୮୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି ଯାହାକି ଓଡ଼ିଶାରେ ସର୍ବlଧିକ ପ୍ରକଳ୍ପ ହେବ l କଛା ରାସ୍ତାକୁ ପକ୍କା ରାସ୍ତା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଜିଲ୍ଲାର ପ୍ରତ୍ୟେକ ଛଟ ଛଟ ଗାଁକୁ ଆମ ରାସ୍ତା ଯୋଜନା ଅନ୍ତର୍ଭୁକ୍ତ କରାଯିବ l ବିଶେଷ କରି ଆଦିମ ଜନଜାତି ଯଥା ଡ଼ଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରl ଅଂଚଳକୁ ଦୃଷ୍ଠି ଦିଆଯିବ l କାଶୀପୁର ବ୍ଲକରେ ଖଣିଜ ପାଣ୍ଠି ଯୋଜରେ ଯୋଗାଯୋଗ ବ୍ୟବସ୍ଥା କରାଯିବ l କାରିଗରୀ ମାନଙ୍କ ବିକାଶ ନିମନ୍ତେ ଵିଷମ କଟକ, ଗୁଣୁପୁର ଓ କାଶୀପୁର ବ୍ଲକରେ କଳା ଗ୍ରାମ ଗଠନ କରାଯିବ l ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ l ମୁଖ୍ୟ କୃଷି ଜାତ ଦ୍ରବ୍ୟ ନିମନ୍ତେ ପ୍ରତ୍ସାହ୍ନ ଦିଆଯିବ l କାଳନlରl ରାମନାଗୁଡ଼ା ବ୍ଲକରେ ଚଳିତ ବର୍ଷ ୧୦୦୦ଏକର ଜମିରେ ଗେଣ୍ଡୁଫୁଲ ଚାଷ କରିବ l ଜନଜାତି ପିଲାଙ୍କ ଶିକ୍ଷlର ବିକାଶ ନିମନ୍ତେ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ନଗlବଳି ଓ ବଂଶୀଧାରା ନଦୀ ଉପରେ ପ୍ରକଳ୍ପ କରାଯିବ ଜଳସେଚନ ସୁବିଧା କରାଯିବ l ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀ କାଡ୍ରାକା ଜିଲ୍ଲାର ପିଭିଟିଜି ଅଂଚଳରେ ବିଦ୍ୟୁତ ସମସ୍ୟା ସମାଧାନ, ଶିକ୍ଷକ ମାନଙ୍କ ଡେପୁଟେସନ ଓ ବ୍ରହ୍ମପୁର ରୁ ଜୟପୁର ରାସ୍ତାର ଛଅ ଲେନ ବିଶିଷ୍ଠ କଥା ଉଠାଇଥିଲେ l ମାନ୍ୟବର ଵିଷମ କଟକ ବିଧାୟକ ପାଣି ସମସ୍ୟା ଓ ଜଗଦଳପୁର ସ୍ୱାସ୍ଥ୍ୟ କେନ୍ଦ୍ର କଥା ଉପସ୍ଥାପନା କରିଥିଲେ l ଉପାଧ୍ୟକ୍ଷ ଶ୍ରୀ ସୁନା ରଘୁବାରୀ ଅଂଚଳ ସମସ୍ୟା ଉପରେ ଉଠାଇଥିଲେ lଏହାପରେ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରାଯଇଥିଲା l ଜିଲ୍ଲା ମୁଖ୍ୟ ଚିକତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜିନୀ ଦେବୀ ସ୍ୱାସ୍ଥ୍ୟ ବିଭାଗ ବିଷୟରେ ଉପସ୍ଥାପନା କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆବଶ୍ୟକତା ଅଧିକ ଡାକ୍ତର ପଦବୀ ଖାଲିଥିବା କଥା ବୈଠକରେ ପ୍ରକାଶ କରିଥିଲେ l ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ୪ ଶହ ୫୯ ଜଣ ଆବଶ୍ୟକରୁ କେବଳ ୧ଶହ ୩୯ ଜଣ ଡାକ୍ତର କାର୍ଯ୍ୟରତ ଥିବା ସିଡିଏମଓ ପ୍ରକାଶ କରିଥିଲେ । ୩୨୦ ଜଣ ଡାକ୍ତର ଜିଲ୍ଲା ପାଇଁ ଆବଶ୍ୟକ ରହିଛି । ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଯୋଗାଇବା ନିମନ୍ତେ, ମା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସିଡିଏମଓ ପ୍ରକାଶ କରିଥିଲେ l ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ l ଏହା ପରେ ଶିକ୍ଷା ବିଭାଗ, ମଙ୍ଗଳ ବିଭାଗ, ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା ହୋଇଥିଲା l ରାସ୍ତା ଓ କୋଠାବାଡି ଓ ଗ୍ରାମୀୟ ନିର୍ମାଣ ଉପରେ ନିଆଯାଇଥିବା ବିଭିନ୍ନ ନିର୍ମାଣଧୀନ ଓ ନୂତନ ପ୍ରକଳ୍ପ ବିଷୟରେ ଆଲୋଚନା କରାଯଇଥିଲା l ଯଥାଶୀଘ୍ର ପ୍ରକଳ୍ପ ଗୁଡିକ ସମ୍ପୂର୍ଣ କରିବାକୁ ମାନ୍ୟବର ସଦସ୍ୟ ମlନେ ଦାବି କରିଥିଲେ l ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମlନେ ଉପସ୍ଥିତ ଥିଲେ l