କୋକସରା, ୨୧/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭଡା ଘରୁ ବିବାହିତା ମହିଳା ଙ୍କ ମୃତଦେହ ଉଦ୍ଧାର,କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଗ୍ରାମ ରେ ଥିବା ଏକ ଭଡ଼ା ଘରୁ ବିବାହିତା ମହିଳା ଙ୍କ ମୃତଦେହ ଠାବ କରିଛି କୋକସରା ପୋଲିସ |ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତ ମହିଳା ଙ୍କ ବାପା ଆଣିଛନ୍ତି ହତ୍ୟା ଅଭିଯୋଗ |ମିଳିଥିବା ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଠାରେ ଭଡା ଘର ଭିତରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର |ମୃତକ ଜଣକ ସ୍ଥାନୀୟ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ସୁପ୍ରିତି ଦାସ | ଜ୍ବାଇଁ ପ୍ରଭାସ କୁମାର ଦାସ ହତ୍ୟା କରିଥିବା ନେଇ ଝିଅ ର ବାପା ଅଭିଯୋଗ କରିଛନ୍ତି ।ବିବାହ ହୋଇ କି ପ୍ରାୟ ପାଞ୍ଚ ବର୍ଷ ହୋଇଥିଲା |ଘଟଣା ସ୍ଥଳରେ କୋକସରା ପୋଲିସ,ମାଜିଷ୍ଟ୍ରେଟ ଓ ଧର୍ମଗଡ଼ ଏସଡିପିଓ,କୋକସରା ଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ତଦନ୍ତ କରାଯାଇଛି | ଅଭିଯୋଗ ପରେ କୋକସରା ଥାନା ରେ ମୃତ ମହିଳା ଙ୍କ ସ୍ଵାମୀ କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ | ଘଟଣା ର ତଦନ୍ତ ଜାରି ରହିଛି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
