ଦେଉଳା ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ।
ବାଲିଆପାଳ, ୨୫/୦୪ ( ସନ୍ୟାସୀ ବେହେରା ) : ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ବାଲିଆପାଳ ବ୍ଲକ ପ୍ରଶାସନ ପକ୍ଷରୁ ଦେଉଳା ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କାର ପ୍ରଦାନ କରାଯାଇଛି।ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଧା ରଞ୍ଜନ ଦାସ ଦେଉଳା ସରପଞ୍ଚ ସରୋଜ କୁମାର ପିଳା ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ଅଣ୍ଡିଆ,ଏବିଡ଼ିଓ ଶରତ ଚନ୍ଦ୍ର ମୁଦୁଲି, ଉପାଧ୍ୟକ୍ଷ ରାଜେଶ କୁମାର ଚୌଧୁରୀ, ଜିପିଓ ପ୍ରିୟବ୍ରତ ଗିରି, ସହକାରୀ ଯନ୍ତ୍ରୀ ଅମିତ କୁମାର ମୁର୍ମୁ, ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀ ପିଳା ଏବେ ଜିଲ୍ଲା କଂଗ୍ରେସ କମିଟି ର ଉପ ସଭାପତି ମଧ୍ୟ ରହିଛନ୍ତି। ପଞ୍ଚାୟତର ସର୍ବ ବିଧ ବିକାଶ ଓ ସମସ୍ତଙ୍କ ପ୍ରତି ସମଭାବପନ୍ନ ମନୋଭାବ ଯୋଗୁଁ ଏହି ଏହି ପୁରସ୍କାର ମିଳିଥିବା କୁହାଯାଇଛି।