ନିଶାମୁକ୍ତ ଓଡ଼ିଶା ଜାଗରଣ ଅଭିଆନକୁ ବାଲିଆପାଳ କଂଗ୍ରେସ ପକ୍ଷରୁ ଭବ୍ୟସ୍ବାଗତ।
ବାଲିଆପାଳ, ୨୫/୦୪ ( ସନ୍ୟାସୀ ବେହେରା ) : ନିଶା ସାରା ଦେଶକୁ କବଳିତ କରି ସାରିଲାଣି। ନିଶା ପାଇଁ ପରିବାର ମଧ୍ଯରେ ଆସନ୍ତି, ସଡ଼କ ଦୁର୍ଘଟଣା, ଲୋଟତରାଜ, ଛିନ ତାଇ ପରି ବିଭିନ୍ନ ଅସାମାଜିକ କାର୍ଯ୍ୟ ସହିତ ପ୍ରତି ଘରେ ନିଶା ସେବନ ଦ୍ଵାରା ମାରାତ୍ମକ ରୋଗରେ ଆକ୍ରଣଙ୍କ ସଂଖ୍ୟା ବଢ଼ୁଛି। ଏହି ସବୁକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ନିଶାମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ଚଳିତ ମାସ ୧୪ ତରିଖରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ପବିତ୍ର ସୁଆଣ୍ଡୋ ଠାରୁ ନିଶାମୁକ୍ତ ଓଡ଼ିଶା ଜାଗରଣ ଅଭିଯାନ ସଚେତନତା ପାଇଁ ବାହାରି ଶନିବାର ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ବାଲିଆପାଳରେ ପହଞ୍ଚିଥିଲା। ଏହି ରାଜ୍ୟ ସ୍ତରୀୟ ନିଶା ମୁକ୍ତ ଅଭିଯାନ ରେ ପ୍ରଦେଶ ଓଡ଼ିଶା ଚେୟାର ମ୍ୟାନ ଏସ ସି ଡିପାର୍ଟ ମେଣ୍ଟ ମାନସ କୁମାର ମଲ୍ଲିକ, ଅଲ ଓଡ଼ିଶା କଂଗ୍ରେସ ପ୍ରେସିଡେଣ୍ଟ ପିସିସି ରାଜକିଶୋର ନାୟକ,ବାଲେଶ୍ବର ଜିଲ୍ଲା ଏସସି ସେଲ ସଭାପତି ବିଧାନ କୁମାର ଜେନା, ଶିବ ଚାରଣ ମଲ୍ଲିକ, ସେକ୍ରେଟାରୀ ପିସିସି ଓଡ଼ିଶା, ରଞ୍ଜନ କୁମାର ସେଠୀ,ଓଡ଼ିଶା ପିସିସି ଭାଇସ ପ୍ରେସିଡେଣ୍ଟଙ୍କ ସହିତ ବିକାଶ ଦାସ, ପ୍ରମଥ କୁମାର ମାନିକ ପ୍ରମୁଖ ବାଲିଆପାଳର ବ୍ଲକ ଛକ ନିକଟରେ ପହଞ୍ଚିବା ପରେ ବାଲିଆପାଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ମୁରଲୀ ମୋହନ ସାହୁ, ବସ୍ତା ନିର୍ବାଚନ ମଣ୍ଡଳୀୟ କଂଗ୍ରେସ ନେତା ବିଜନ ନାୟକ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ବିଶ୍ବାଳ , ଦେଉଳା ସରପଞ୍ଚ ସରୋଜ ପିଳା, ଭବେଶ ଚନ୍ଦ୍ର ପ୍ରଧାନ,ତିର୍ଥ ନାଗ, ଅଶ୍ବିନୀ ଦାସ ପ୍ରମୁଖ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।