Hot Posts

6/recent/ticker-posts

ପାଲନ ହେଲା ବିଶ୍ୱ ମେଲେରିଆ ଦିବସ

ନବରଙ୍ଗପୁର, ୨୫/୦୪ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସିଏଚସିରେ ବିଶ୍ୱ ମାଲେରିଆ ଦିବସ ଜିଲ୍ଲା ସ୍ତରରେ ବ୍ୟାପକ ଭାବରେ ଓ ଗମ୍ଭୀରତାର ସହ ଉଦ୍ଯାପିତ ହେଲା। ଏହି କାର୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ଓ ପିରାମଲ ଫାଉଣ୍ଡେସନଙ୍କ ସହଯୋଗରେ ଆୟୋଜିତ ହୋଇଥିଲା, ଯାହାର ମୂଳ ଉଦ୍ଦେଶ୍ୟ ମାଲେରିଆ ନିର୍ମୂଳ ପାଇଁ ସଚେତନତା ବୃଦ୍ଧି କରିବା ଓ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ କରିବା ଥିଲା। ଏହି କାର୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ତରର ସ୍ୱାସ୍ଥ୍ୟ ଅଧିକାରୀମାନେ ଯଥା I/C CDM&PHO, MOIC ପାପଡାହାଣ୍ଡି, ଗାଇନେକଲଜିଷ୍ଟ, DPM, ADP, MPHS, DMO, ଜିଲ୍ଲା VBDC ଓ BPC ଉପସ୍ଥିତ ଥିଲେ। ସେମାନଙ୍କ ସହିତ ୧୯ ଜଣ ANM, ୬ ଜଣ CHO, ୧୩ ଜଣ ASHA କର୍ମୀ ଓ ୬ ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗଦେଇଥିଲେ। ଏହା ଏକ ସମୂହୀକ ପ୍ରୟାସ ଭାବରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଓ ଏକତାକୁ ପ୍ରକାଶ କରିଥିଲା। କାର୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ଗଛ ଦେଇ ସ୍ୱାଗତ କରାଯାଇଥିଲା, ଯାହା ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାର ଏକ ସୁନ୍ଦର ପ୍ରତୀକ ଥିଲା। ପରବର୍ତ୍ତୀରେ, ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାମ କରିଥିବା ଶ୍ରେଷ୍ଠ କର୍ମୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା, ଯାହା ଅନ୍ୟମାନଙ୍କୁ ଆଗକୁ ଭଲ କାମ କରିବା ପାଇଁ ପ୍ରେରିତ କରିଥିଲା। ସଭାରେ ମାଲେରିଆର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ସଠିକ୍ ଚିକିତ୍ସା ବିଷୟରେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ଗ୍ରାମ୍ୟ ସ୍ତରରେ ସଚେତନତା ବୃଦ୍ଧି, ମଶା ନିୟନ୍ତ୍ରଣ, ନେଟ୍ ବ୍ୟବହାର, ପରିଷ୍କାର ପରିବେଶ ଓ ସମୟରେ ପରୀକ୍ଷା ଓ ଚିକିତ୍ସାର ଗୁରୁତ୍ୱ ବିଷୟରେ ଜଣାଇଥିଲେ। ଏହି ଅବସରରେ ସମସ୍ତ ଉପସ୍ଥିତ କର୍ମୀମାନେ ମାଲେରିଆ ନିର୍ମୂଳ ପାଇଁ ଶପଥ ଗ୍ରହଣ କରିଥିଲେ। ସେମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଚେତନତା ପ୍ରଚାର କରିବା, ଲୋକମାନଙ୍କୁ ସତର୍କ କରିବା ଓ ମାଲେରିଆ ମୁକ୍ତ ସମାଜ ଗଢ଼ିବା ପାଇଁ ସଂକଳ୍ପ କରିଥିଲେ। ମାଲେରିଆ ଏକ ଗୁରୁତର ରୋଗ ହେଲେ ମଧ୍ୟ, ସମୟୋଚିତ ପଦକ୍ଷେପ ଓ ସମୁହିକ ଚେଷ୍ଟା ଦ୍ୱାରା ଏହାକୁ ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିହେବ। ତେଣୁ ଏହି ଦିନଟି ଆମକୁ ସମସ୍ତଙ୍କୁ ଏକତ୍ର ହୋଇ ସଚେତନତା ବଢ଼ାଇବାରେ ଓ ସ୍ୱସ୍ଥ ଓ ସୁରକ୍ଷିତ ସମାଜ ଗଢ଼ିବାରେ ପ୍ରେରଣା ଦେଇଥାଏ। ଆସନ୍ତୁ, ଆମେ ସମସ୍ତେ ମିଶି ମାଲେରିଆ ବିରୋଧରେ ଲଢ଼ିବା ଓ ଏକ ସୁସ୍ଥ, ସୁନ୍ଦର ଓ ମାଲେରିଆ ମୁକ୍ତ ନବରଙ୍ଗପୁର ଗଢ଼ିବାରେ ଆଗୁଆନ ହେବା। 



ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l