ଭବାନୀପାଟଣା ରୁ ରାୟପୁର କୁ ଚୋରାଚାଲାଣ ହେଉଥିଲା ଗ୍ୟାସ
ଭବାନୀପାଟଣା, ୨୧/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟ ସରକାର ଗ୍ୟାସ ର କଲାବଜାରୀ ରୋକିବା ପାଇଁ ପଦ୍ଧକ୍ଷେପ ନେଉଥିବା ବେଳେ ଆଜି ଯୋଗାଣ ବିଭାଗ ଓ ଜୁନାଗଡ଼ ପୁଲିସକୁ ଏକ ସଫଳତା ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟପୁର କୁ କମରସିଆଲ ଗ୍ୟାସ ଚୋରାଚାଲାଣ ହେଉଥିବା ବେଳେ ଜୁନାଗଡ଼ ସ୍ଥିତ କଲମପୁର ଛକ ନିକଟରେ ଜିଲ୍ଲାଯୋଗାଣ ବିଭାଗ ଓ ଜୁନାଗଡ଼ ପୁଲିସର ମିଳିତ ଉଦ୍ୟମରେ ୬୪ ଟି କମରସିଆଲ ଗ୍ୟାସ ,ଏକ ବାଲେରୋ ପିକଅପକୁ ଜବତ କରିଛି । ୬୪ ଟି ଗ୍ୟାସ ମଧ୍ୟ ରୁ ୫୨ ଟି ଭର୍ତ୍ତି ଗ୍ୟାସ ସିଲିଣ୍ଡର ଓ ୧୨ ଟି ଖାଲିଥିବା ସିଲିଣ୍ଡର ଜବତ ହୋଇଛି । ଅନ୍ୟ ପକ୍ଷରେ ଡ୍ରାଇଭର ଜଣକ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ