Hot Posts

6/recent/ticker-posts

ବାଲିଆପାଳ ଇସ୍କନ ମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବାଲିଆପାଳ, ୨୧/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ପଞ୍ଚାୟତ କଚୁଆପଡ଼ା ଗ୍ରମାରେ ଥିବା ଇସ୍କନ ମନ୍ଦିରରେ ସୋମବାର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପରିସରରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଗର କୀର୍ତ୍ତନ ଦଳ ବାହାରି ବାଲିଆପାଳ ଅଞ୍ଚଳର ବିଭିନ୍ନ ଛକ ବଜାର ଜଗନ୍ନାଥ ମନ୍ଦିର ଛକ ଆଦି ସ୍ଥାନ ପରିକ୍ରମା କରି ମନ୍ଦିରକୁ ଫେରି ଥିଲେ। ଏହି ଅବସରରେ ଅନୁଷ୍ଠିତ ହରି କଥା ଅମୃତ ପୂର୍ବାହ୍ନ ୧୧ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ତିରିଶ ମିନିଟରେ ଶେଷ ହୋଇଥିଲା।ଶତାଧିକ ମହିଳା ପୁରୁଷ ଭକ୍ତ ଉପସ୍ଥିତ ହୋଇ ହରିକଥା ଶ୍ରବଣ କରିଥିଲେ। ବିଭିନ୍ନ ସ୍ଥାନରେ ଥିବା ନାମ ହଟର ସଭାପତିଙ୍କ ସହିତ ବହୁ ସନାତନୀ ରାଧା କୃଷ୍ଣ ପ୍ରେମୀ ଯୋଗଦେଇ ପ୍ରବଚନ ମାଧ୍ୟମରେ ହରି କଥା ଶ୍ରବଣରେ ମଜିଥିଲେ। ସନ୍ଧ୍ୟା ଆରତୀ ପରେ ଇସ୍କନ ପକ୍ଷରୁ ଶ୍ରୀ ଶ୍ରୀ ରାଧା ମଦନ ମୋହନଙ୍କ ଜୀବନ ଦର୍ଶନ ଉପରେ ଏକ ସ୍ବତନ୍ତ୍ର ନାଟକ ଅଭିନୟ ହୋଇଥିଲା। ଡା. ହରେକୃଷ୍ଣ ଦାସଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।