କୃଷକ ମାନଙ୍କୁ ସମ୍ବର୍ଦ୍ଧନା
ବରୀ, ୨୨/୦୪ ( ରଂଜିତ ମହାନ୍ତି ) : ପବିତ୍ର ଅକ୍ଷୟତୃତୀୟ ଅବସର ରେ ଯାଜପୁର ଜିଲ୍ଲା ଯୁବ ଭାରତ କୃଷକସଂଘ ଆନୁକୂଲ୍ୟରେ ବରୀ ବ୍ଳକ ଗୋଳକୁଣ୍ଡ ପଞ୍ଚାୟତର ହରିପୁର ଗ୍ରାମସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉ ଙ୍କୁ ପୂଜାଅର୍ଚନା ହଳ ଲଙ୍ଗଳ ବଳଦ ଙ୍କୁ ପୂଜା, ଜମିରେ ଅକ୍ଷିମୁଠି ହଳ ଓ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଯାଜପୁର ଜିଲ୍ଲା କୃଷକ ସଂଘ ସଭାପତି ରାଜ କିଶୋର ସାମଲ ଙ୍କ ତତ୍ୱଅବଧାନରେ ବରୀ ବ୍ଳକ ସଭାପତି ବିଜୟ କିଶୋର ସାହାଣି ଙ୍କ ସଭାପତି ତ୍ୱ ରେ ମୁଖ୍ୟଅତିଥି ଜିଲ୍ଲା ଉପଦେଷ୍ଟା କୁଲମଣୀ ଶୁକ୍ଳ, ମୁଖ୍ୟଵକ୍ତା ରାଜ୍ୟକମିଟି ସଦସ୍ୟ ସୁପ୍ରଭା ଦାସ, ସମ୍ମlନିତ ଅତିଥି ନକୂଳ ଚରଣ ରାଉତ, ରସୁଲପୁର ବ୍ଳକ ସଭାପତି ବଟକୃଷ୍ଣ ସାହୁ, ଅନ୍ୟତମ ଅତିଥି ଆଇନୀଜୀବି ବାବାଜି ଚରଣ ଜେନା, ମଧୂସୁଦନ ଜେନା, ହରିପୁରଗ୍ରାମର ପୂଜାଅର୍ଚନା ପରେ କୀର୍ତ୍ତନ ଦଳ ସହିତ ବିହନ ଅନୁକୂଳ କରାଯାଇଥିଲା l ରବୀନ୍ଦ୍ର କୁମାର ପ୍ରଧାନ ଅକ୍ଷିମୁଠି ବହନ କରିଥିବା ବେଳେ ହଳଲଙ୍ଗଳଧାରୀ ଧରଣୀ ରାଉତ,କାହ୍ନୁ ଚରଣ ମଲ୍ଲିକ ବିଶିଷ୍ଠଚାଷୀ ପ୍ରଫୁଲ କୁମାର ଜେନା, ଅନିରୁଦ୍ଧ ଜେନା, ଗଗନ ବିହାରୀ ଜେନା, ସୁଦର୍ଶନ ଜେନା,ମହେନ୍ଦ୍ର କୁମାର ଜେନା, ହେମନ୍ତ କୁମାର ଜେନା, କୁଲମଣୀ ଜେନା, ନାରାୟଣ ପାତ୍ର, ଭଗବାନ ଜେନା, ପ୍ରଶାନ୍ତ ଜେନା, ରବିନ୍ଦ୍ର ଜେନା, ସୁବାଷ ଚନ୍ଦ୍ର ଜେନା, ବିଷୁ ଚରଣ ଜେନା, ତ୍ରିଲୋକ୍ୟ ଜେନା, ସୁଦର୍ଶନ ପାଢ଼ୀ, ପରୀକ୍ଷିତ ଜେନା, ଫକୀର ମୋହନ ମଲ୍ଲିକ, ଯୁଗଳ କିଶୋର ଜେନା ପ୍ରମୁଖ ଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ନୀଳମଣି ଧଳ, ଶିବ ପ୍ରସାଦ ରାଉତ, ରବିନ୍ଦ୍ର ପ୍ରଧାନ, ରାଜ କୁମାର ବେହେରା, ରମେଶ ଚନ୍ଦ୍ର ମହାନ୍ତି, ମନୋଜ କୁମାର ସାମଲ, ନାରାୟଣ ଜେନା, ସୁବାଷ ଚନ୍ଦ୍ର ଜେନା, ସନ୍ତୋଷ କୁମାର ଜେନା,ଗଗନ ବିହାରୀ ପ୍ରମୁଖ ସହଯୋଗ କରିଥିଲେ