Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ହାକାଥାନ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ

ଚକାପାଦ, ୨୨/୦୪ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ହାକାଥାନ ୩.O ପ୍ରକଳ୍ପ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରି ଶ୍ରୀ ମାନସ ରଞ୍ଜନ ଦାସ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ ର ଅଧ୍ୟକ୍ଷ ସୁବ୍ରତ ରତନ ବେହେରା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ ଅଭିଭାଷଣ ଦେଇଥିଲେ, ପ୍ରାରମ୍ଭିକ ସୂଚନା ଓ ପୃଷ୍ଟ ଭୂମି ଉପରେ ଅଲୋକପାତ କରିଥିଲେ AMCS କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଛାତ୍ରଛାତ୍ରୀ ମାନେ ପାରଙ୍ଗମ ହେବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୨ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ଥାନିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଆଇଆଇଟି ସିଇଓ ଶ୍ରୀ ଶୁଭଙ୍କର ପତି ଏବଂ AMCS କଲେଜର ଅଧ୍ୟାପକ ଶ୍ରୀ ବିରୂପାକ୍ଷ ତ୍ରିପାଠୀ ପ୍ରକଳ୍ପ ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ପ୍ରଥମ ସ୍ଥାନ ବିପ୍ଲବ ରତ୍ନମଣି ଦିଗଳ, OAV ରାଇକିଆ , ଦ୍ଵିତୀୟ ସ୍ଥାନ ଲକ୍ଷ୍ମୀକାନ୍ତ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ ଓ ତୃତୀୟ ସ୍ଥାନ ସିମାଞ୍ଚଳ ପଟ୍ଟନାୟକ ଗ୍ରୁପ ଅଧିକାର କରିଥିଲେ । ପରିଶେଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀ ସିମାଞ୍ଚଳ ସ୍ଵାଇଁ , ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀ ରାଜୁ କୁମାର ସାହୁ ,ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗଦେଇ ଥିବା ବେଳେ ଏହି ଉଦ୍ଘାଟନ ଉତ୍ସବରେ ଶ୍ରୀ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ବାବୁଲା ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।