ଲଇକେରା, ୦୪/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଳା ଲଇକେରା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ତହସିଲଦାର ଦିଲ୍ଳିପ କୁମାର ମାଝୀ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଅତିରିକ୍ତ ତହସିଲଦାର ଘନଶ୍ଯାମ ମୁଣ୍ଡା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ଦେହୁରୀ,ବିଆରସିସି ଜନ୍ମାଜୟ ନାଏକ,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭୂପଳ ଚନ୍ଦ୍ର ବେହେରା,ଜିଲ୍ଲାପରିଷଦ ସଭ୍ୟା ଜୋନ୍-ଖ ଅଞ୍ଜୁକ୍ତା ବେହେରା, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲ, ଏସଏମସି ଚ୍ୟାରପରସନ ଦେବାର୍ଚ୍ଚନ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ଅତିଥିଗଣଙ୍କ ଅଭିଭାଷଣ ପରେ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଏବଂ ଶିକ୍ଷଣ କିଟ୍ ପ୍ରଦାନ ପୂର୍ବକ ଖଡିଛୁଆଁ କାର୍ଯ୍ଯକ୍ରମ କରାଯାଇଥିଲା ।ପରେ ମୂଖ୍ୟ ଅତିଥିଙ୍କ କରକୋମଳରେ ଫିତା କଟାଯାଇ ଶିକ୍ଷା ରଥକୁ ଵିଭିନ୍ନ ଗ୍ରାମକୁ ପଠାଯାଇଥିଲା।ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ସିଆରସିସି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ସଫଳତାର ସହ ସମାପନ ହୋଇଥିବା ବେଳେ ସାହାସପୁର ସିଆରସିସି ପ୍ରଦୀପ କୁମାର ନାଏକ ସଭା ପରିଚାଳନା କରିଥିଲେ ଓ ତାଳମୁଣ୍ଡା ସିଆରସିସି ଧନ୍ଯବାଦ ଅର୍ପଣ କରିଥିଲେ । (ନବଦୂତ ନ୍ୟୁଜ)