ପାଳିତ ହେଲା ପ୍ରବେଶ ଉତ୍ସବ ସହିତ ଖୋଡି ଛୁଆଁ l
ତେନ୍ତୁଳୀଖୁଣ୍ଟି, ୦୪/୦୪ ( ଶେଖର ଖୁରା ) : ନବରଙ୍ଗପୁର ପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଆନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ଵିଧ୍ୟାଳୟ ପୁଜାରୀଗୁଡା ରେ ଆଜି ପ୍ରବେଶ ଉତ୍ସବ ଓ଼ ଖୋଡିଛୁଆ 2026 ଉତ୍ସାହ ଓ଼ ଆନ୍ଦୋମୟ ପରିବେଶ ରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅଥିତି ପୁଜାରୀ ଗୁଡା ସରପଞ୍ଚ ଅନାଦି ମାଝୀ. ସ୍କୁଲ ପରିଚାଳନା ସଭାପତି ଶେଖର ଖୁରା ପୂର୍ବତନ ସରପଞ୍ଚ କୁମର ପୁଜାରୀ ପ୍ରଧାନ ଶିକ୍ଷକ ମୋନରଞ୍ଜନ ମହାପାତ୍ର.ବିଭୁତି ଭୂଷଣ ପତି.ପ୍ଲଲୀ ଶ୍ରୀ ବରଡ଼ା.ରଜଲିନା ପଣ୍ଡା. ପ୍ରଣତି ପାତ୍ର. ମଧୁସୂଦନ ପାଲଟା ସିଂ. ଗୀତାଞ୍ଜଳି ମଣି ପାତ୍ର ସଂଯୁକ୍ତା ସିଂ ସହ ପିତା ମାତା ଓ଼ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଅଂଶ ଗ୍ରହଣ କରି ଥିଲେ, l କାର୍ଯ୍ୟକ୍ରମ ରେ ନବଭର୍ତ୍ତୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୋଡି ଛୁଆଁ. କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା l ଛୋଟ ଛୋଟ ଶିଶୁ ମାନେ ଆନନ୍ଦର ସହ ଅଂଶ ଗ୍ରହଣ କରିଥିଲେ l ଏହା ସହିତ ସେମାନଙ୍କୁ କପାଳରେ ଫୁଲଚନ୍ଦନ,ବେଡ଼ଜ. ଖଡ଼ି. ପ୍ଲେଟ. ଓ଼ ମିଠା ବଣ୍ଟନ କରାଯାଇଛି ଥିଲା l ଅଥିତି ମାନେ ଅଭିଭାଷଣରେ ଶିକ୍ଷା ର ଗୁରୁତ୍ୱ ଉପରେ ଆଲୋକପାତ କରି ଛୋଟ ଛୋଟ ଶିଶୁ ମାନଙ୍କୁ ଅଧିକଯତ୍ନ କରି ସ୍କୁଲ କୁ ଆଣିବା ପାଇଁ ମାଆ ଙ୍କୁ ଉପଦେଶ ପ୍ରଦାନ କରି ସ୍କୁଲ ବାଳବାଟିକା ଦିଦି ଙ୍କୁ ଓ଼ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ତମ ଭାବେ ପରିଚାଳନା କରିବା ପାଇଁ ନିବେଦନ କରିଥିଲେ l
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର