Hot Posts

6/recent/ticker-posts

ଜି.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର

ବରୀ, ୨୨/୦୪ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜିତ ହୋଇଛି । ଗତ ୨୦ ତାରିଖରୁ ଆୟୋଜିତ ଏହି ଶିବିର ଆଗାମି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ ଶିବିରରେ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦାନ କରି କଲେଜ ପରିସରକୁ ସଫେଇ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ସମୟରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗଦାନ କରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି । କଲେଜର ଅଧ୍ୟାପକ ତଥା କାର୍ଯ୍ୟକ୍ରମ ଅଧିକାରୀ ସୁଦୀପ୍ତ କୁମାର ବିଶ୍ବାଳ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ଅଧ୍ୟାପକ ଶ୍ରୀ ବିଶ୍ୱାଳ ମଧ୍ୟ ଯାଜପୁର ଡିଷ୍ଟ୍ରିକ୍ଟ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏହି ଶିବିରକୁ ନେଇ କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ କହିଛନ୍ତି ଛାତ୍ରଛାତ୍ରୀଙ୍କ ସହିତ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁଦୀପ୍ତ କୁମାର ବିଶ୍ବାଳଙ୍କ ଏହି କାର୍ଯ୍ୟ ବେଶ ପ୍ରଶଂସନୀୟ । କଲେଜ ପରିସରକୁ ସଫା ସୁତୁରା ରଖିବା ଭଳି କାର୍ଯ୍ୟ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ କଲେଜ ପ୍ରତି ସେମାନଙ୍କ ଭଲ ପାଇବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅନୁପ୍ରେରିତ କରିବ ବୋଲି କହିଛନ୍ତି । କଲେଜ ଏନଏସଏସର ବହୁ ଛାତ୍ରଛାତ୍ରୀ ବିଗତ ଦିନରେ ରାଜ୍ୟ ସ୍ତରରେ ସମ୍ମାନିତ ହେବା କଲେଜର ଗୌରବ ବଢ଼ାଇଥିବା ଅଧ୍ୟକ୍ଷ ପ୍ରଫେସର ସାମଲ କହିଛନ୍ତି