Hot Posts

6/recent/ticker-posts

ଝରିଗାଁ ବିଧାୟକଙ୍କ ଭାମିନି ଆଶ୍ରମ ସ୍କୁଲ ପରିଦର୍ଶନ |

ଉମରକୋଟ, ୨୨/୦୪ ( ନକୁଲ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରା ଆଜି ଉମରକୋଟ ବ୍ଲକ ଭାମିନି ପଂଚାୟତ ସଦର ମହକୁମା ଠାରେ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରିଥିବା ସୂଚନା ମିଳିଛି |ବିଧାୟକ ସେଠାରେ ପହଂଚି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ବିଦ୍ୟାଳୟର ସମସ୍ତ ବିଷୟରେ ଆଲୋଚନା କରିଥିବା ଜଣାପଡିଛି |ପରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଭେଟି ବିଦ୍ୟାଳୟର ପାଠପଢା ଓ ଖାଦ୍ୟପେୟ ବିଷୟରେ ପଚାରି ବୁଝିଥିଲେ |ଛାତ୍ରଛାତ୍ରୀମାନେ ବିଧାୟକଙ୍କ ଆଗରେ ବିଦ୍ୟାଳୟରେ ଭଲ ପାଠପଢା ହେଉଥିବା ସହିତ ଭଲ ଖାଇବାକୁ ଦେଉଥିବା ଜଣେଇଥିଲେ |ପରେ ବିଧାୟକ ରୋଷେଇ ଗୃହ ପରିଦର୍ଶନ କରି ସମସ୍ତ ରୋଷେଇ ସାମଗ୍ରୀ ଦେଖିବା ପରେ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ଓ ନିଜେ ମଧ୍ୟ ଭଲ ରୋଷେଇ ହୋଇଛି କହି ରୋଷେୟା ମାନଙ୍କୁ ପ୍ରଶଂସା କରିଥିଲେ |ଖାଇସାରିବା ପରେ ସେ ଅନ୍ତ୍ୟେବାସୀ ମାନଙ୍କ ଶୋଇବା ଘର, ରୋଷେଇ ଘର,ଷ୍ଟୋରରୁମ ସବୁ ବୁଲି ଦେଖିଥିଲେ ସଫାସୁତୁରା ଥିବା ଦେଖି ଖୁସି ହୋଇଥିଲେ |ପିଲାଙ୍କୁ ଅଣ୍ଡା ଦିଆଯାଉଛି ନା ନାହିଁ ବୋଲି ପଚାରି ବୁଝିବା ପରେ ଜାଣିବାକୁ ପାଇଲେ କି, ବିଦ୍ୟାଳୟରେ ସବୁଦିନ ଅଣ୍ଡା ଦିଆଯାଉଛି, ହେଲେ କିଛିଦିନ ତଳେ ବିଦ୍ୟାଳୟର ଛଅଜଣ ଛାତ୍ର ଝାଡାରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ବିଦ୍ୟାଳୟର କତୃପକ୍ଷ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ |ଡାକ୍ତର ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧପତ୍ର ଦେବା ସହ କିଛି ଦିନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅଣ୍ଡା ବଦଳରେ ଫଳମୂଳ ଦେବା ପାଇଁ ପରାମର୍ଶ ଦେଇଥିଲେ |ତେଣୁ ବିଦ୍ୟାଳୟରେ କିଛି ଦିନ ହେବ ଅଣ୍ଡା ବଦଳରେ ଫଳମୂଳ ହିଁ ଦିଆଯାଉଥିଲା |ପରେ ଦୁଇଦିନ ତଳେ ବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରଶାନ୍ତ ଭତରାଙ୍କ ବିଷୟରେ ପଚାରି ବୁଝିବା ପରେ ବଡକୁମାରୀ ସ୍ଥିତ ପ୍ରଶାନ୍ତଙ୍କ ବାପା ପରମେଶ୍ୱର ଭତରାଙ୍କ ପାଖରେ ଯାଇ ପହଂଚି ଆତ୍ମହତ୍ୟାର ପ୍ରସଙ୍ଗ ପଚାରି ବୁଝିବା ସହିତ ଗ୍ରାମର ଅନ୍ୟଜଣେ ଛାତ୍ର ଯିଏକି ନିଜ ଘରେ ଆତ୍ମହତ୍ୟା କରିଥିଲା ତାଙ୍କ ପରିବାର ପାଖରେ ମଧ୍ୟ ପହଂଚି ସମବେଦନା ଜଣେଇବା ସହିତ ଆତ୍ମହତ୍ୟା ପ୍ରସଙ୍ଗରେ ପଚାରି ବୁଝିବା ସହିତ ଉଭୟ ପରିବାରବର୍ଗଙ୍କୁ ସ୍ଵନ୍ତନା ଦେଇଥିଲେ | ବିଧାୟକଙ୍କ ଏହି ପରିଦର୍ଶନ ସମୟରେ ଉମରକୋଟ ବିଧାୟକ ପ୍ରତିନିଧି ସୁନା ମାଝୀ, ଖାଣ୍ଡା ମଣ୍ଡଳ ସଭାପତି ଉତ୍ତମ ହରିଜନ, ବଡ଼ ବରଣ୍ଡୀ ମଣ୍ଡଳ ସଭାପତି ଈଶ୍ୱର ଭତରା, ବାମିନି ପୂର୍ବତନ ସରପଞ୍ଚ କୃଷ୍ଣ ଭତରା, ଳମ୍ବୁ ପାଣ୍ଡେ, ବଳରାମ ରାଜଗଣ୍ଡ ପ୍ରମୁଖ ସାଙ୍ଗରେ ରହିଥିଲେ