Hot Posts

6/recent/ticker-posts

ଝରିଗାଁ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଝରିଗାଁ, ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ଧୋଡ୍ରା ପଂଚାୟତ ସଦର ମହକୁମା ଠାରେ ଆଜି ବିଜେପି ପକ୍ଷରୁ ମହିଳା ସଂରକ୍ଷଣ ବିଲ ନହେବା ପ୍ରତିବାଦରେ ଏକ ଜଣ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ବିବି ଚାଟେଇ ନର୍ସିଙ୍ଗ ମହାବିଦ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରି ଧୋଡ୍ରା ଇଂଳାଜିନି ମନ୍ଦିର ରେ ପହଂଚିଥିଲେ |ପରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜଣପ୍ରିୟ ବିଜେପି ବିଧାୟକ ନରସିଂହ ଭତ୍ରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଖାଣ୍ଡା ମଣ୍ଡଳ ସଭାପତି, ଚଛା ମଣ୍ଡଳ ସଭାପତି, ମାଲଗାଁ ମଣ୍ଡଳ ସଭାପତି ଧୋଡ୍ରା ମଣ୍ଡଳ ସଭାପତି ଝରିଗାଁ ମଣ୍ଡଳ ସଭାପତି ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ପାଇଁ ମୋଦି ସରକାର ଆଣିଥିବା ମହିଳା ସଂରକ୍ଷଣ ବିଲ କୁ କଂଗ୍ରାସ ସମେତ ବିରୋଧୀ ଦଳମାନେ ଚକ୍ରାନ୍ତ କରି ସାଂସଦ ରେ ବିଲ ପାସ୍ କରାଇ ଦେଇନଥିଲେ | ବିରୋଧଙ୍କ ଚକ୍ରାନ୍ତ ଫଳରେ ମହିଳା ସଂରକ୍ଷଣ ବିଲ ସଂସଦରେ କାଟ ଖାଇଲା ଯାହାକୁ ନେହି ଦେଶ ବ୍ୟାପି ମହିଳା ମାନଙ୍କ ମଧ୍ୟରେ ବିରୋଧୀଙ୍କ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି | ଏହାକୁ ନେଇ ଝରିଗାଁ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଦର୍ଶ କରାଯଇଛି | ଏହି କାର୍ଯ୍ୟକ୍ରମ ରେ ମହିଳା ମାନେ ମୋଦି ସରକାର ଜିନ୍ଦାବାଦ ଓ କଂଗ୍ରେସ ସରକାର ମୁର୍ଦ୍ଧବାଦ ନାରାବାଜି କରିଥିଲେ | ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ, ହରିପୁଜାରୀ, ସୁଜନ ବକ୍ତ, ଭଜନ କଲାର, ରଞ୍ଜିତ କୁରା, ମସୁ ଭତ୍ରା, ସୁବାଷ ପନକା, ଡମ୍ବରୁ ପନକା, ସମେତ ପଂଚାୟତ ସଭାପତି, ବୁଥ୍ ସଭାପତି, ବରିଷ୍ଟ କର୍ମୀ, କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |