Hot Posts

6/recent/ticker-posts

ଖବର ପ୍ରସାରଣ ପରେ ଏମବିକେ ଦିଦିଙ୍କ ଗଣମାଧ୍ୟମ ପ୍ରତିନିଧି ବିରୋଧରେ ଥାନାର ଦ୍ୱାରସ୍ଥ ଓ ତାଗିତ, ଉଚ୍ଚ ସ୍ତରୀୟ ତଦନ୍ତ ଓ ଭିଜିଲାନ୍ସ ତଦନ୍ତ ଦାବି

ଝରିଗାଁ, ୨୯/୦୪ ( ନକୁଳ ଭତ୍ରା ) : ମହିଳାମାନଙ୍କୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଆର୍ଥିକ ଅନୁଦାନ ସାଙ୍ଗକୁ ଅନେକ ଯୋଜନା ମାଧ୍ୟମରେ ସହାୟତା ଯୋଗେଇ ଦେଉଛନ୍ତି । ସେହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୨୩ଗୋଟି ଜିପିଏଲ୍ଏଫ୍ ମଧ୍ୟରୁ ୯ଗୋଟି ଜିପିଏଲ୍ଏଫ୍ କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଟ୍ରାକ୍ଟର ପ୍ରଦାନ କରାଯାଇଛି । ୨୦୨୨-୨୩ ମସିହାରେ ୯ଗୋଟି ଜିପିଏଲ୍ଏଫ୍ ଫୁପୁଗାଁ, ଝରିଗାଁ, ଧୋଡ୍ରା, ଗୁରୁସିଙ୍ଗା, ବେଲଗାଁ, ଏକାମ୍ବା, ଭିକ୍ଷା, କାନାକୋଟ, ଚିତାବେଡା କୁ ଟ୍ରାକ୍ଟର ଦିଆଯାଇଛି । ତେବେ ଜିପିଏଲ୍ଏଫ୍ ର ଟ୍ରାକ୍ଟର କୁ ଏମବିକେ ମାନେ ନିଜ ମୁତାବକ ବ୍ୟବହାର କରୁଛନ୍ତି ଓ ତାହାର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି। ଜିପିଏଲ୍ଏଫ୍ କୁ ମିଳିଥିବା ଟ୍ରାକ୍ଟର ଜିପିଏଲ୍ଏଫ୍ ନାମରେ ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଗୋଷ୍ଠୀର ସମ୍ପତି ଏହାର ପରିଚାଳନା ଓ ଦାୟିତ୍ୱରେ ଜିପିଏଲ୍ଏଫ୍ ସଦସ୍ୟମାନେ ରହିବା କଥା । ହେଲେ ଜିପିଏଲ୍ଏଫ୍ ଅଧୀନରେ ରହିଥିବା ସମସ୍ତ ଏସଏଚଜି ର ସଭ୍ୟମାନେ ସୁଭଳ ମୂଲ୍ୟରେ ଟ୍ରାକ୍ଟର ବ୍ୟବହାର କରି ପାରିବେ। କିନ୍ତୁ ଏମବିକେ ମାନେ ଟ୍ରାକ୍ଟରକୁ ନିଜ ବୋଲକାର ଭାବି ନିଜ ମୁତାବକ ବ୍ୟବହାର କରୁଥିବାରୁ ଏସଏଚଜି ର ସଭ୍ୟମାନେ ଉପଯୁକ୍ତ ଟ୍ରାକ୍ଟର ସୁବିଧା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି । ଏନେଇ ଦୈନିକ ‘ପ୍ରତିଦିନ ' ରେ ଖବର ପ୍ରକାଶ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଏମବିକେ ମାନେ ଥାନାର ଦ୍ୱାରସ୍ଥ ହେବା ସହ ପ୍ରତିନିଧିକୁ ଅନେକ କ୍ଷେତ୍ରରେ ତାଗିତ କରିଥିଲେ ।ଖବର ପ୍ରସାରଣ ପରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ସାଧାରଣରେ ସନ୍ଦେହ କଲେଣି ବ୍ଲକ ଅଧିକାରୀ ଓ ବ୍ଲକ ବିଭାଗୀୟ ଏମବିକେ ମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ।ତେଣୁ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ ଦାବି ହୋଇଛି । ଏ ବିଷୟରେ ବ୍ଲକ ପ୍ରଶାସନର କୌଣସି ଉତ୍ତର ମିଳିପାରିନାହିଁ।