ପଶୁ ପକ୍ଷୀଙ୍କୁ ସାହାରା ବାଲିଆପାଳର,ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନ ଭଳି ଯୁବ ସଂଘଠନ
ବାଲିଆପାଳ, ୨୯/୦୪ ( ସନ୍ୟାସୀ ବେହେରା ) : ମୟୁରଭଞ୍ଜ ଜିଲ୍ଲା ଶାଳମୂଳା ଜଙ୍ଗଲରେ ପଶୁ, ପକ୍ଷୀ, କୀଟ ପତଙ୍ଗଙ୍କ ସୁରକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବାଲିଆପାଳ ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନ । ଧୀରେ ଧୀରେ ତାପମାତ୍ରା ବଢୁଥୁବାରୁ ମଣିଷ ପାଇଁ ପାଣି ସମସ୍ୟା ସୃଷ୍ଟି ହେଉଥୁବାରୁ ପ୍ରତ୍ୟେକ ଦିନ ଅଭିଯୋଗ ହେଉଛି । ମାତ୍ର ଜଙ୍ଗଲରେ ରହୁଥିବା ପଶୁ ପକ୍ଷୀ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ପାଣି ଗ୍ରୀଷ୍ମ ଦିନରେ ନ ପାଇ ସମସ୍ୟାରେ ପଡନ୍ତି ।ମାତ୍ର ଏମାନେ କାହା ପାଖରେ ଅଭିଯୋଗ କରିବେ। ଏମାନଙ୍କର ଅଭିଯୋଗ ଶୁଣିବ କିଏ । ବର୍ତ୍ତମାନ ମଣିଷ ପାଖରେ ଟିକିଏ ସମୟ ନାହିଁ। କାହାରି କଥା ଶୁଣିବାକୁ ବ୍ୟସ୍ତ ବହୁଳ ସମୟରୁ କିଛି ସମୟ ବାହାର କରି ନିଜ ଘର ଛାତ ଉପରେ କିମ୍ବା ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନ ତରଫରୁ ଜଙ୍ଗଲରେ ରହୁଥିବା ପଶୁ ପକ୍ଷୀମାନଙ୍କ ପାଇଁ କିଛି ଖାଦ୍ୟ ସହିତ ପାଣିର ବ୍ୟବସ୍ଥା କରିଛନ୍ତି । ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନର ଉପସଭାପତି ଜ୍ୟୋର୍ତିମୟୀ ପାତ୍ରଙ୍କ ନେତୃତ୍ୱରେ ସଭାପତି ଶିବଶଙ୍କର ନାୟକ, ସଂପାଦକ ସୁଲୋଚନା ଗିରି , କୋଷାଧ୍ୟକ୍ଷ ଜୟଦେବ ମଲ୍ଲିକ, ପଙ୍କଜ କୁମାର ସାହୁ, ଜିତେନ୍ଦ୍ର ମହାନ୍ତି, ପର୍ଶୁରାମ ସାହୁ , ରଂଜିତ ଜେନା , ସୁଦର୍ଶନଙ୍କ ସମେତ ଅନ୍ୟ ସମସ୍ତ ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନର ସଦସ୍ୟମାନେ ଏଣେତେଣେ ପଡ଼ିଥିବା ପାଣି ବୋତଲ, ମାଟି ସରାକୁ ଗୋଟାଇ ଆଣି ସେଥିରେ ପଶୁପକ୍ଷୀମାନଙ୍କ ପାଣି ପିଇବା ପାଇଁ ବ୍ୟବସ୍ଥା କରାଇଛନ୍ତି ।