ବିଜାପୁର ମା ଠାକୁରାଣୀଙ୍କ ପବିତ୍ର କଳସୀ ଯାତ୍ରା ଉଦଯାପିତ
ଝରିଗାଁ, ୧୧/୦୪ (ନକୁଲ ଭତ୍ରା) : ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବିଜାପୁର ଗ୍ରାମରେ ଦୀର୍ଘ ୯ ଦିନ ଧରି ଚାଲୁଥିବା ମା ତପେଶ୍ୱରୀ ଙ୍କ ଘଟ ଯାତ୍ରା ଉଦଯାପିତ ହୋଇଯାଇଛି | ଅଧିଷ୍ଟ୍ରାତ୍ରୀ ଦେବୀ ମା ତପେଶ୍ଵରି ପ୍ରତ୍ୟେକ ଦିନ ସାତ ପଳିର ଗ୍ରାମକୁ ଯାଇ ଅଞ୍ଚଳ ବାସୀଙ୍କ ସୁଖ ଦୁଃଖ ବୁଜି ଗ୍ରାମ ପରିକର୍ମା କରିଥିଲେ | ଭାବବିହ୍ୱଲ ପରିବେଶ ମଧ୍ୟରେ ବିଦାୟ କରିଛନ୍ତି ଅଞ୍ଚଳବାସୀ | ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ସାତ ପାଲି ଗ୍ରାମର ମାଝୀ,ପୂଜାରୀ , ଗୋଉଁଟିଆ, ଶିରା,ନିଜ ନିଜ ଗ୍ରାମର ପ୍ରତୀକ ବିମାନ, ଲାଟି ଧରି ଶଙ୍ଖ,ହୁଲ ହୁଲି ବାଜା ମହୁରୀ ସହିତ ପ୍ରକମ୍ପିତ ସହିତ ମା ଙ୍କୁ ବିଦାୟ ଦେଇଥିଲେ | ଶୋଭାଯାତ୍ରାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ | ପ୍ରତି ବର୍ଷ ଚୈତ୍ର ମାସରେ ଏହି ଯାତ୍ରା ୯ ଦିନ ଧରି ଅନୁଷ୍ଠିତ ହୋଇଥାଏ |ମା ଠାକୁରାଣୀଙ୍କ ମୁଖ୍ୟ ପୂଜକ ମାନସିଂହ ପୂଜାରୀ ଏବଂ ମା ଭଣ୍ଡାରଘରୁଣୀ ପୂଜକ ମୁନିରାମ ପୂଜାରୀ ଘଟ କୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜା କରିବା ପରେ କଳସ ମଣ୍ଡପ ଠାରୁ ମା ଠାକୁରାଣୀ ମନ୍ଦିର ପ୍ରଯୋନ୍ତ ବିରାଟ ଶୋଭଯାତ୍ରାରେ ବାହାରିଥିଲେ | ମା ଙ୍କୁ ଦେଖିବା ପାଇ ଆଖ ପାଖ ଅଂଚଳର ସହସ୍ରାଧିକ ଲୋକ ଭିଡ ଜମିଥିଲେ | ଠାକୁରାଣୀ ମନ୍ଦିରରେ ଠାକୁରାଣୀଙ୍କ ଘଟ ଓହ୍ଲାଇବା ପରେ ମା ଙ୍କ ଶକ୍ତି ପ୍ରଦର୍ଶନ କରାଯାଇଥିଲା |ଏହି ଶକ୍ତି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲେ| ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଯାତ୍ରା ସମ୍ପନ୍ନ କରାଯାଇଥିଲା | ସେହିପରି ଯାତ୍ରା କମିଟି ପକ୍ଷରୁ ଲୋକଙ୍କ ମନୋରଂଜନ ନିମନ୍ତେ କରପୁଟିଆ ଆଦିବାସି ନାଟକର ବ୍ୟବସ୍ଥା କରା ଯାଇଥିଲା | ଶେଷ ଦିନରେ ଆଖ ପାଖ ଅଂଚଳର ସହସ୍ରାଧିକ ଲୋକଙ୍କ ସହିତ ଗ୍ରାମବାସୀ ବୁଦ୍ଧିଜୀବୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ|