ରାୟଗଡା ସଦର ବ୍ଲକ୍ କାରୁବାଇ ପଞ୍ଚ୍ୟାୟତ ରେ ମଦ ବିରୋଧୀ ଅଭିଯାନ
ରାୟଗଡା, ୧୧/୦୪ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସଦର ବ୍ଲକ କାରୁବାଈ ପଞ୍ଚାୟତର ଜନତା ଓ ପାନାଗୁଡା ଗ୍ରାମର ଶତାଧିକ ମହିଳା ମିଳିତ ଭାବେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରୁଛନ୍ତି, ଏହି ଅନ୍ଦୋଲନରେ ଗରମ ଯୁବକ ଓ ଏସ ଏସ ଜି ଗ୍ରୁପ ର ମହିଳା, ୱାଡମେମ୍ୱର ପଞ୍ଚାୟତପୁରୀ କନ୍ତବଂଶ ଓ ସରପଂଚ ମାରିଆ ଶୀରିକା ଙ୍କ ତ୍ୱତବଧନ ଆଜି ଏହି ମଦବିରୋଧୀ ଅଭିଯାନ ହେଇ ଥିଲା। ଗ୍ରାମବାସୀ ମାନଙ୍କ କହିବା ଅନୁଯାଇ କିଛି ଲୋକେ ମାନେ ନିଜର କିଛି ରୋଜଗାର ବଢ଼ାଇବା ପାଇଁ ଦେଶୀ ମଦ,ବିଦେଶୀ ମଦ,ପୋଚୋ, ଓ ରନ୍ଧା ମଦ ବିକ୍ରୀ କରୁଛନ୍ତି,ଯାହା ଦ୍ୱାରା ଗ୍ରାମ ର ଯୁବକ ମାନେ ନିଜେ ପରିଶ୍ରମ କରି ରୋଜୋଗର କରିଥିବା ଟଙ୍କା ରେ ମଦ ପାନ କରି ରୋଗ ରେ ପୀଡ଼ିତ ହେଇ ମୃତ୍ୟୁମୁଖ ରେ ପଡ଼ୁଛନ୍ତି, ଆନ୍ୟ ଅନ୍ୟପକ୍ଷେ ଏହି ମଦ ପାନ ଦ୍ଵାରା ପାରିବାରିକ ହିଂସା ମଧ୍ୟ ଅଞ୍ଚାଲରେ ବଢ଼ିବାରେ ଲାଗିଛି, ଏବଂ ଗ୍ରାମ ରେ ମଦ ବିକ୍ରୀ କରିବା ଦ୍ୱାରା ରାତି ଗ୍ରାମ ରେ ଅସାମାଜିକ ଯୁବକଙ୍କ ଭିଡ଼ ଜମୁଚି, ଯାହା ଫଳରେ ଗ୍ରାମର ମହିଳା ମାନଙ୍କ ର ଚଳପ୍ରଚଳ ରେ ବାଧା ସୃଷ୍ଟି ହେଉଛି। ଏବଂ ଗ୍ରାମ ରେ ଚୋରି ର ପଦୃଭବ ଦେଖିବକୁ ମିଳିଛି । ଗ୍ରାମ ବାସୀ ମାନେ କହିବା ମୁତାବକ ଗତ 3 ଦିନ ପୂର୍ବରୁ ଜନତା ନିମ୍ନ ମାଧ୍ୟମିକ ବିଦ୍ୟାଳୟ ରୁ ଚାଉଳ ଚୋରିର ଆଭିଯୋଗ ହୋଇଥିଲା। ଯାହାକୁ ନେଇ ଆଜି ଗ୍ରାମର ମହିଳା ମାନେ ଏହି ମଦ ବିରଧୀ ଅଭିଜାନ ଆରମ୍ଭ କରିଚନ୍ତି।