Hot Posts

6/recent/ticker-posts

ସୁନାପୁରୁ ସହୀଦ ରାଜୀବ ଗାନ୍ଧୀ ହାଇ ସ୍କୁଲ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ।

କୋରାପୁଟ, ୩୦/୦୪ ( ରାମ ପାଢ଼ୀ ) : କୋରାପୁଟ ପୌର ପରିଷଦ ଅଞ୍ଚଳ ଅନ୍ତର୍ଭୁକ୍ତ ସୁନାପୁରୁ ସ୍ଥିତ ସହୀଦ ରାଜୀବ ଗାନ୍ଧୀ ହାଇସ୍କୁଲରେ ଆଜି ଏକ ଭାବବିହ୍ୱଳ ଓ ସ୍ମୃତିମୟ ପରିବେଶରେ ଶିକ୍ଷକ ଏସ୍‌କେ ସାରଙ୍କୁ ତାଙ୍କ ଦୀର୍ଘ ସେବା ଜୀବନରୁ ଅବସର ନେବା ଅବସରରେ ସମ୍ବର୍ଦ୍ଧନା ଓ ବିଦାୟ ଜଣାଯାଇଛି। ବିଦ୍ୟାଳୟ ପରିସର ଆଜି ହସ ଓ ଆଖିର ଲୁହର ମିଶ୍ର ଭାବନାରେ ଭରିଯାଇଥିଲା। ଶିକ୍ଷକମଣ୍ଡଳୀ, SMC ସଦସ୍ୟ ମାନେ ଏକତ୍ର ହୋଇ ଏସ୍‌କେ ସାରଙ୍କର ନିଷ୍ଠା, ସରଳତା ଓ ଶିକ୍ଷା ପ୍ରତି ତାଙ୍କ ଅପରିମିତ ଅବଦାନକୁ ସ୍ମରଣ କରିଥିଲେ। ସଭାରେ ବକ୍ତାମାନେ କହିଥିଲେ ଯେ, ଏସ୍‌କେ ସାର କେବଳ ଜଣେ ଶିକ୍ଷକ ନୁହେଁ, ସେ ଛାତ୍ରମାନଙ୍କ ପାଇଁ ଜଣେ ମାର୍ଗଦର୍ଶକ, ଜଣେ ଅଭିଭାବକ ସଦୃଶ ଥିଲେ। ତାଙ୍କର ଶିକ୍ଷା ଓ ନୀତିମୂଳ୍ୟ ଅନେକ ପିଢ଼ିର ଜୀବନକୁ ଗଢ଼ି ତୋଳିଛି। ନିଜ ବିଦାୟ ଭାଷଣରେ ଏସ୍‌କେ ସାର ଭାବୁକ ହୋଇ କହିଥିଲେ, “ଏହି ବିଦ୍ୟାଳୟ ମୋର ପରିବାର, ଏଠାରେ କାଟିଥିବା ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ଅମୂଲ୍ୟ।” ତାଙ୍କର କଥା ଶୁଣି ଅନେକଙ୍କ ଆଖି ଆଞ୍ଚଳିତ ହୋଇପଡ଼ିଥିଲା। ସଭାର ଶେଷରେ ସମସ୍ତେ ତାଙ୍କୁ ଉପହାର ଓ ଅନେକ ଶୁଭେଚ୍ଛା ଜଣାଇ ତାଙ୍କ ଆଗାମୀ ଜୀବନ ପାଇଁ ସୁସ୍ଥତା ଓ ମଙ୍ଗଳ କାମନା କରିଥିଲେ। ଏସ୍‌କେ ସାରଙ୍କ ବିଦାୟ ସହିଦ ରାଜୀବ ଗାନ୍ଧୀ ହାଇସ୍କୁଲ ପାଇଁ ଏକ ଅପୂରଣୀୟ କ୍ଷତି ହେଲେ ମଧ୍ୟ, ତାଙ୍କର ସ୍ମୃତି ଓ ଶିକ୍ଷା ସଦା ସର୍ବଦା ସମସ୍ତଙ୍କ ହୃଦୟରେ ଅମର ରହିବ।



କୋରାପୁଟ ରୁ ରାମ ପାଢ଼ୀ ଙ୍କ ରିପୋର୍ଟ ନବଦୂତ ନିଉଜ୍ ଓଡ଼ିଶା