Hot Posts

6/recent/ticker-posts

ଜଙ୍ଗଳରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ କରିଛି ଦାରିଙ୍ଗବାଡ଼ି ପୋଲିସ।

କନ୍ଧମାଳ, ୨୯/୦୪ ( ବାଳକୃଷ୍ଣ କହଁର ) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତ,ମାଣ୍ଡୁବାଡ଼ି ଗ୍ରାମ ନିକଟସ୍ଥ ବଲାମାହା (ସସ୍କିମ୍ ଶଙ୍ଖ) ଠାରେ ଏକ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ କରିଛି ଦାରିଙ୍ଗବାଡ଼ି ପୋଲିସ। ମୃତ ବ୍ୟକ୍ତି ଜଣକ ହେଲେ ଉକ୍ତ ବ୍ଲକ ର ସିଆଙ୍ଗବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଜୁରୀ ବାଦେରୀ ଗ୍ରାମର ଭଗବାନ ଦିଗାଳ ଙ୍କ ପୁଅ ଉଜ୍ୱଳ ଦିଗାଳ (30) ବୋଲି ଜଣାପଡିଛି ।ଯୁବକ ଜଣକ ତାଙ୍କ ପରିବାର ପ୍ରତିପୋଷଣ କରିବା ନିମନ୍ତେ ରାଜ ମିସ୍ତ୍ରୀ କାମ କରୁଥିଲେ। ଯୁବକ ଜଣକ ଦନେକବାଡ଼ି ପଞ୍ଚାୟତ ର ମାଣ୍ଡୁବାଡ଼ି ଗ୍ରାମରେ ରାଜ ମିସ୍ତ୍ରୀ କାମ କରୁଥିଲେ ବୋଲି ଉକ୍ତ ଗାଁ ଲୋକ କହୁଛନ୍ତି। ଏପଟେ ରାଜ ମିସ୍ତ୍ରୀ କାମ କରୁଥିବା ମୃତ ଯୁବକ ଟି ଗୁମିକିଆ ଗ୍ରାମ ପଞ୍ଚାୟତ ର ଅଲିମାହା ଗ୍ରାମ ର ସୁନାମ ନାୟକ ଙ୍କ ଝିଅ ଶୁଭ ନାୟକ ଙ୍କୁ ପ୍ରେମ କରୁଥିଲେ। ପ୍ରତ୍ୟେକ ଦିନ ଭଳି ଆଜି (ସୋମବାର) କୌଣସି ଏକ ବ୍ୟକ୍ତି ଙ୍କର ରାଜ ମିସ୍ତ୍ରୀ କାମ କରିବା ପାଇଁ ତାଙ୍କ ପ୍ରେମିକା (ଶୁଭ) ଓ ମୃତ ଯୁବକ ଯାଇଥିଲେ । ମୃତ ଯୁବକ ଜଣକ ପ୍ରଥମେ ଦନେକବାଡ଼ି ପଞ୍ଚାୟତ ର କୁପିବାଡ଼ି ଗ୍ରାମ ର ଏକ ଝିଅ କୁ ବିବାହ କରିଥିଲେ। ତାଙ୍କ ର ଦୁଇ ଟି ସନ୍ତାନ ହୋଇଥିଲା। ତାଙ୍କ ପତ୍ନୀ କେରଳ ରାଜ୍ୟ କୁ କାମ କରିବା ନିମନ୍ତେ ଯାଇ ଥିବା ଯାହା କୁହାଯାଉଛି । ପ୍ରତ୍ୟେକ ଦିନ ଭଳି ଆଜି (ସୋମବାର)ମାଣ୍ଡୁବାଡ଼ି ଗ୍ରାମକୁ କାମ କରିବା ନିମନ୍ତେ ଯାଉଥିବା ସମୟରେ କୌଣସି ଏକ କାରଣରୁ ମାଣ୍ଡୁବାଡ଼ି ନିକଟସ୍ଥ ବଲାମାହା (ସସ୍କିମ୍ ଶଙ୍ଖ) ଠାରେ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟା ର ଆଖ୍ୟା ଦେଉଥିବା ବୋଲି ଅଭିଯୋଗ କରୁଛନ୍ତି ମୃତ ବ୍ୟକ୍ତିଙ୍କ ପିତା ଭଗବାନ ଦିଗାଲ। ଏପଟେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଶବ କୁ ଜବତ କରି ଅଧିକ ତଦନ୍ତ କରୁଛନ୍ତି ଏହା ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାଇଁ, ତେବେ ଏହାର ସ୍ପଷ୍ଟ କରିବା ନିମନ୍ତେ ଅଧିକ ତଦନ୍ତ ଜାରି ରଖିଛନ୍ତି ଦାରିଙ୍ଗବାଡ଼ି ପୋଲିସ୍।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ