Hot Posts

6/recent/ticker-posts

ଲେଟରିନ ଯିବେ ଦିଦି I ପାଠପଢା ଛାଡ଼ି ଶିକ୍ଷୟତ୍ରୀ ଙ୍କ ପାଇଁ ପାଇଖାନାକୁ ପାଣି ବହୁଛନ୍ତି କୋମଳମତି ଛାତ୍ରଛାତ୍ରୀ।

ଫିରିଙ୍ଗିଆ, ୨୯/୦୪  ( ବାଳକୃଷ୍ଣ କହଁର ) : ସରକାର ଉନ୍ନତ ମାନର ଶିକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ କିଛି ଅସାଧୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ ପାଠ ପଢା ରେ ସାଜିଛି ବ୍ୟାଘାତ । ପାଠପଢା ସମୟରେ ପାଠ ନପଢ଼େଇ ଛାତ୍ରଛାତ୍ରୀ ମାନଙ୍କୁ ପାଇଖାନା କୁ ପାଣି ବହିବା କାର୍ଯ୍ୟରେ ନିୟୋଜିତ କରୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ପାତ୍ର ।ପଚାରିଲେ ସାମ୍ବାଦିକ ଙ୍କୁ କହୁଛନ୍ତି ପର୍ମିସନ୍ କିଏ ଦେଲା ଭିଡିଓ କରିବା ପାଇଁ ପ୍ରଶ୍ନ କରିବା ସହ ଧରା ପଡ଼ିବା ପରେ ଦେଖିବାକୁ ମିଳିଛି ଶିକ୍ଷୟତ୍ରୀ ଙ୍କ ର ଦବଙ୍ଗଗିରି । କୋମଳମତି ଛାତ୍ରଛାତ୍ରୀ ମାନେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଭୟରେ ଏହାର ବିରୋଧ ନକରି ଶିକ୍ଷୟିତ୍ରୀ ଯାହା କରିବାକୁ କହୁଛନ୍ତି ତାହା କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କେଲାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆଗରୁ ଏହି ବିଦ୍ୟାଳୟ ଟି ବହୁ ସୁନ୍ଦର ଭାବରେ ଚାଲିଥିବା ବେଳେ ବର୍ତ୍ତମାନ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବହେଳା ପାଇଁ ବିଦ୍ୟାଳୟର ସମସ୍ୟା ବଢି ବଢି ଚାଲିଛି । ପାଠ ପଢା ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଫିସ୍ ରେ ବସି ମଉଜ କରୁଥିବା ବେଳେ ବିଦ୍ୟାଳୟକୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଏଣେ ତେଣେ ବୁଲିବା ସହ ମୁଖ୍ୟ ରାସ୍ତା ଓ ଦୋକାନ ବଜାର ରେ ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି କିନ୍ତୁ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଲାଭ ଖୋର୍ ମନ ବୃତ୍ତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ ହେଉଛି । ତେବେ ଏହି ଘଟଣାକୁ ବିଷୟରେ ଆଲୋଚନା ପାଇଁ ଯାଇଥିବା ନାୟବ ସରପଞ୍ଚ ଙ୍କ ସହ କିଛି ଭଦ୍ର ବ୍ୟକ୍ତି ଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦୁର୍ବ୍ୟବହାର ସହ ନାଲି ଆଖି ଦେଖେଇଥିଲେ ଓ ସାଙ୍ଗରେ ଯାଇଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସ୍ବାମୀ ଟଙ୍କା ଲୋଭ ଦେଖାଇ ଖବର ପ୍ରସାରଣ ନ କରିବାକୁ ମଧ୍ୟ କହିଥିଲେ । ତେବେ ଏହି ଶିକ୍ଷୟତ୍ରୀ ଜଣକ ଏହି ବିଦ୍ୟାଳୟରେ ଯୋଗ ଦେବା ଦିନଠାରୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଥିବା ବେଳେ ଠିକ୍ ଭାବରେ ରହୁ ନ ଥିବା ଅଭିଯୋଗ ହୋଇ ଆସୁଛି । ଯାହା ପାଇଁ ଏହି ଶିକ୍ଷୟତ୍ରୀ ଅନ୍ୟତ୍ର ବଦଳି କରି ଅନ୍ୟ ଜଣେ ପ୍ରଧାନଶିକ୍ଷକ ଙ୍କୁ ନିୟୋଜିତ କଲେ ବିଦ୍ୟାଳୟ ଟି ଠିକ୍ ଭାବରେ ପରିଚାଳନା ହୋଇପାରନ୍ତା ବୋଲି ଅଭିଭାବକ ମାନେ ଦାବି କରିଛନ୍ତି। ତେଣୁ ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।