Hot Posts

6/recent/ticker-posts

ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ

ଚନ୍ଦାହାଣ୍ଡି, ୨୨/୦୪ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ସ୍ଥିତ ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଠାରେ ଆଜି ଭାରତୀୟ ଜନତା ପାର୍ଟିର ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେଲା।ଏହି ଅବସରରେ ଚନ୍ଦାହାଣ୍ଡି ମଣ୍ଡଳ ପ୍ରଭାରୀ ଶ୍ରୀ ମୋହନ ନାୟକ ଓ ଜିଲ୍ଲା କୃଷକ ମୋର୍ଚ୍ଚାର ନେତା ଶ୍ରୀ ମଧୁସୂଦନ ନାଗେଶଙ୍କୁ ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଜୈନ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପ୍ରତାପ ବାଘ, ଶ୍ରୀ ସରୋଜ ଅଗସ୍ତି (ଆଇନଜୀବୀ), ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ଭୋଦେବ ବାଗ, ମାଲଗାଁ ମଣ୍ଡଳ ସଭାପତି ଶ୍ରୀ ତରୁଣ ନାୟକ, ସମିତି ସଭ୍ୟ ଶ୍ରୀ ପୌରଶ ମାଝୀ, ସରପଞ୍ଚ ଶ୍ରୀ ଜଳନ୍ଧର ମାଝୀ ଓ ଶ୍ରୀ ହରଲାଲ ଝଙ୍କାର ସହ ବରିଷ୍ଠ ନେତା ଶ୍ରୀ ପ୍ରଭାତ ସୁନା, ଶ୍ରୀ ବସନ୍ତ କୁମାର ମାଝୀ, ଶ୍ରୀ ଭରତ ବାଘ, ଶ୍ରୀ ଲୋଚନ କଟା, ଶ୍ରୀ ମାନସିଂ ଚୌହାନ, ଶ୍ରୀ ଲକ୍ଷ୍ମଣ ମାଝୀ, ଶ୍ରୀ ରାଜମୋହନ ମନହିରା ,ଗୌରାଙ୍ଗ ମନହିରା ଏବଂ ଅନ୍ୟାନ୍ୟ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।