Hot Posts

6/recent/ticker-posts

ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା

ବରୀ, ୨୩/୦୪ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଂଚାୟତ ଏରଡ଼ା ଏକ ସଂସ୍କୃତି ସମ୍ପର୍ଣ୍ଣ ଗାଁ। ସମସ୍ତ ଗ୍ରାମବାସୀ ଓ ଉଦିଅମାନ ଯୁବକଙ୍କ ଉଦ୍ୟମ କ୍ରମେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ସମସ୍ତ ବରିଷ୍ଠ ନାଗରିକ ଓ ଗୁରୁପୂଜନ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳନ କରାଯାଇଥିଲା। ବେଦମାତା ଗାୟତ୍ରୀଙ୍କ ଯଜ୍ଞ ଆୟୋଜନ ସହିତ ଅଧ୍ୟାପକ ଜ୍ଞାନରଞ୍ଜନ ଧଳଙ୍କୁ ଉକ୍ତ ସଭାରେ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନିଆରା କାର୍ଯ୍ୟକ୍ରମଟି ଏକ ସୁନ୍ଦର ପରମ୍ପରା ସୃଷ୍ଟି କରିବା ସହିତ ଆଗାମୀ ପିଢ଼ି ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି ମତପ୍ରକାଶ ପାଇଥିଲା।