Hot Posts

6/recent/ticker-posts

ବିଅର ବୋଝେଇ ପିକପ ଦୁର୍ଘଟଣା I

ଟିକାବାଲି, ୨୯/୦୪ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାଳବଣ ଠାରେ ବିଅର ବୋଝେଇ ପିକପ ଭେନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି I ସୂଚନାରୁ ଜଣାପଡିଛି OD 07AJ2701 ନମ୍ବର ଏକ ପିକପ ଭେନ ଭଞ୍ଜନଗର ପଟୁ ଫୁଲବାଣୀ ଅଭିମୁଖେ ବିଅର ମଦ ବୋଝେଇ ହୋଇ ରାତ୍ର ପ୍ରାୟ ୨/୩ଘଣ୍ଟା ସମୟରେ ଯାଉଥିବା ସମୟ ରେ ତଲାରିମାହା ଶାଳବଣ ଠାରେ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ହୋଇଥିଲା I ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିଲେ କିନ୍ତୁ ଲକ୍ଷାଧିକ ଟଙ୍କାର ବିଅର ନଷ୍ଟ ହୋଇଥିବା ଜଣାପଡିଛି I ଦୁର୍ଘଟଣା ଖବର ପାଇ ଆଖପାଖ ଅଞ୍ଚଳର ଲୋକ ପହଞ୍ଚି କେତେଜଣ ସାହାଯ୍ୟ କରିଥିବା ବେଳେ କେତେଜଣ ନିଜର ଫାଇଦା ଉଠେଇଥିଲେ I 


କନ୍ଧମାଳ ଜିଲ୍ଲାରୁ ବାଳକୃଷ୍ଣ କହଁର ଙ୍କ ରିପୋର୍ଟ