Hot Posts

6/recent/ticker-posts

କଳାହାଣ୍ଡି କଂଗ୍ରେସ ତରଫରୁ ମହିଳା ସଂରକ୍ଷଣ ବିଲକୁ ନେଇ ଭବାନୀପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ ।

କଳାହାଣ୍ଡି, ୨୨/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ମହିଳା ବିଲ୍ ଗୃହୀତ ନାମରେ କେନ୍ଦ୍ର ର ମୋଦୀ ସରକାର ହୀନ ରାଜନୀତି କରୁଛି: ଜଗନ୍ନାଥ ପଟ୍ଟନାୟକ। ଭବାନୀପାଟଣା/କେନ୍ଦ୍ର ସରକାର ମହିଳା ସରଂକ୍ଷଣ ବିଲ୍ କୁ ନେଇ ଆଣିଥିବା ଆମେଣ୍ଡମେଣ୍ଟ କୁ କଂଗ୍ରେସ ନାଟକ ବାଜି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ କେନ୍ଦ୍ର ର ମୋଦୀ ସରକାର ମହିଳା ମାନଙ୍କୁ ଢ଼ାଲ କରି ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ଏକ ହୀନ ଓ ଲଜ୍ଜାକର ପ୍ରୟାସ କରୁଛନ୍ତି। ମହିଳା ମାନଙ୍କ ସାମ୍ବିଧାନିକ ଅଧିକାର କୁ ବଞ୍ଚିତ କରି ବାକୁ ଯେଉଁ ହୀନ ଚକ୍ରାନ୍ତ ମୋଦୀ ସରକାର କରୁଛନ୍ତି ସେଥିରୁ କେନ୍ଦ୍ର ସରକାର ବିରତ ରହନ୍ତୁ ନଚେତ୍ କଂଗ୍ରେସ ଏହାର ଉଚିତ୍ ଜାବାବ ଦେବ। ପ୍ରଧାନମନ୍ତ୍ରୀ ଭଳି ପଦବୀ ର ଗାରିମା କୁ ମୋଦୀ ଭୃକ୍ଷେପ ନ କରି ଖୋଲଖୋଲି ନିର୍ବାଚନ ଆଚରଣ ର ଉଲଘଂନ କରିଛନ୍ତି। ଦେଶର 2 ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରି ପାର୍ଲାମେଣ୍ଟ ଭଳି ସ୍ଥାନରେ ମହିଳା ବିଲ ପାସ ହେଲା ନାହିଁ କାହିଁକି ବୋଲି ବିରୋଧୀ ଦଳ କୁ ସମାଲୋଚନା କରି ନିର୍ବାଚନ ବୈତରଣୀ ପାର ହେବା ଭଳି ହୀନ ଓ ଲଜ୍ଜା ଜନକ ଭାବେ ନିର୍ବାଚନ ପ୍ରଚାର ପାର୍ଲାମେଣ୍ଟ ରେ କରିଥିଲେ। ପ୍ରଧାନମନ୍ତ୍ରୀ ଗାରିମା କୁ ସମ୍ପୁର୍ଣ୍ଣ କ୍ଷତି କରିଦେଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ନିଜ ପଦବୀର ଗାରିମା କୁ ତଳକୁ ନେଇଗଲେ। ଗତ 2023 ରେ ସର୍ବସମ୍ମତି କ୍ରମେ ମହିଳା ବିଲ୍ ଲାଗୁ ହୋଇଥିଲା ତାହାକୁ କେନ୍ଦ୍ର ସରକାର କାର୍ୟକାରୀ କରନ୍ତୁ। ତାହା ଲାଗୁ ନ କରି ରାଜନୈତିକ ଫାଇଦା ହାସଲ ପାଇଁ ମହିଳା ବିଲ୍ ପାସ କଥା ଉଠାଇ ଗାରିମା କ୍ଷତି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପାର୍ଲାମେଣ୍ଟ ଭଳି ସ୍ଥାନରେ ପ୍ରଧାନମନ୍ତ୍ରୀ ରାଜନୈତିକ ଭାଷଣ ଦେବା ଦୁଃଖ ଓ ଲଜ୍ଜା ଜନକ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ସାଂସଦ ରେ ରାଜନୀତି ଭାଷଣ ଦେଇଥିଲେ। ବିଲ୍ ପାସ ସମ୍ପର୍କରେ ଆଲୋଚନା ଯେତେ ନ କରି ରାଜନୈତିକ ହାସଲ ପାଇଁ ବିରୋଧୀ ଦଳ ଏବଂ କଂଗ୍ରେସ ଦଳ ବିରୋଧରେ ବେଶୀ ସମାଲୋଚନା କରି କହିଥିଲେ। ଏହା ଭଳି ହୀନ ରାଜନୀତି କୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ମହିଳା ବିଲ୍ ସପକ୍ଷରେ ରହିଚି। ଗତ 2023 ରେ ଲାଗୁ ହୋଇଥିବା ମହିଳା ବିଲ୍ କୁ ଲାଗୁ କରୁ। ମହିଳା ବିଲ୍ କୁ ଢ଼ାଲ କରି ସୀମା ପୁନଃ ନିର୍ଦ୍ଧାରଣ କରି ସବୁଦିନ ପାଇଁ ବିଜେପି କ୍ଷମତାରେ ରହିବା ସକାସେ କରୁଥିବା ହୀନ ଓ ଲଜ୍ଜା ଜନକ ଚକ୍ରାନ୍ତ କୁ କଂଗ୍ରେସ ବିରୋଧ କରିବ। ଏହି ବିଲ ଦ୍ଵାରା ଓଡିଶା ଯେପରି ବଳି ନ ପଡ଼ିବ ସେଥିପାଇଁ ପି ସି ସି ସଭାପତି ତୁରନ୍ତ ବିଧାନସଭା ଡାକି ସର୍ବସମ୍ମତି କ୍ରମେ ଆଲୋଚନା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଡି ସି ସି ସଭାପତି ଭାରତ ଭୂଷଣ ବେମାଲ ମଧ୍ଯ କେନ୍ଦ୍ର ସରକାରଙ୍କ ଏହି ହୀନ ରାଜନୀତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାୟକ, ପୂର୍ବତନ ସଭାପତି ଜୟଦେବ ନାୟକ, ଜିଲା ସାଧାରଣ ସମ୍ପାଦକ ନୀମାଞ୍ଚଳ ନାୟକ, ସୁବାଷ ପ୍ରଧାନ, ପ୍ରୀତମ ବେହେରା, ବାବା ଖାଁ, ସୁଦର୍ଶନ ବିଶ୍ଵାଳ, ଭାଗବତ୍ ବାବୁ, ଜିଲା ଗଣମାଧ୍ୟମ ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ