Hot Posts

6/recent/ticker-posts

ମେଗାଲିଫ୍ଟ ଚାଷି ଙ୍କ ଧାନ ପଞ୍ଜିକରଣ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

କୋକସରା, ୨୩/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକ ର ୧୮ ହଜାର ରୁ ଉର୍ଦ୍ଧ୍ବ ହେକ୍ଟର ଚାଷଜମି ରେ ଚଳିତ ରବି ଚାଷ ଧାନ ଫସଲ ହୋଇଥିବା ବେଳେ ୩ ବ୍ଲକ ଚାଷୀମାନେ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଛନ୍ତି। ବିଭିନ୍ନ ସମୟରେ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ସଚେତନ କୃଷକ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରାରେ ଶତାଧିକ ଚାଷୀ ବାହାରି କୋକସରା ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଯଦି ସରକାର କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତା ରେ ଚାଷି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


ରିପୋର୍ଟ--- ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ