ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।
କଳାହାଣ୍ଡି, ୨୨/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର । ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର । ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ