ତେରେସିଂହା ବିରାଟ ପର୍ବ: ପ୍ରଥମ ରଜନୀରେ ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ
କର୍ଲାମୁଣ୍ଡା, ୧୬/୦୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ଆନୁକୁଲ୍ୟରେ ହେଉଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବର ପ୍ରଥମ ରଜନୀରେ (ବୁଧବାର) ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ପଞ୍ଚପାଣ୍ଡବ ଓ ଦ୍ରୌପଦୀ କିପରି ବିଭିନ୍ନ ବିଦ୍ୟା ଓ ସେବା ବଳରେ ବିରାଟ ରାଜାଙ୍କ ନିକଟରେ ଗୁପ୍ତ ବେଶରେ ରହିଥିଲେ । ସେହି ପୌରାଣିକ ବିଷୟ ବସ୍ତୁକୁ ନେଇ ନାଟକ ପରିବେଷଣ ହୋଇଥିଲା । ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, ଦୂତ- ଇନ୍ଦ୍ରମଣି ରଣା, ମନ୍ତ୍ରୀ- ଲକେଶ ରଣା, ଯୁଧୁଷ୍ଠିର- କୌଶିକ ରଣା, ଦ୍ରୌପଦୀ- ସୌରଭ ରଣା, ଭୀମ- ତ୍ରିଲୋଚନ ରଣା, ଅର୍ଜୁନ- ଭକ୍ତ ରଣା, ନକୁଳ- ମୁକେଶ ରଣା, ସହଦେବ- ନିଳାଞ୍ଚଳ ରଣା, ଉତ୍ତରାବାଳୀ- ନାରାୟଣ ରଣା, ମନୁରାଜା- ଜଗା ରଣା, ଅଗସ୍ତି- ବୈଲୁଚନ ରଣା, ଶଇଶ- ଆଶିଷ ରଣା, ସଖୀ- କଳାକାହୁ ରଣା, ଦେବାଶିଷ ରଣାଙ୍କ ସମେତ ଅନେକ କଳାକାର ଅଭିନୟ କରିଥିଲେ । ଅନୁଷ୍ଠାନର ସଭାପତି ପୁରନ୍ଦର ରଣା ଓ ସମ୍ପାଦକ ସୁଶାନ୍ତ ରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନାଟକରେ କୃଷ୍ଣଚନ୍ଦ୍ର ରଣା, ସମ୍ବାରୁ ରଣା, ପୁରାଣ ପଣ୍ଡା ନିର୍ମଳ ରଣା, ଟଙ୍କଧର ରଣା, ସରୋଜ ରଣା, ବିଶ୍ବାମିତ୍ର ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଅନୁଷ୍ଠାନ ଆଜି ତାର ଦ୍ଵିତୀୟ ରଜନୀରେ ମଲ୍ଲ ଯୁଦ୍ଧ ଓ ବ୍ୟାଘ୍ର ଯୁଦ୍ଧ ନାଟକ ମଞ୍ଚସ୍ଥ କରିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ରଣା କାର୍ଯ୍ୟକ୍ରମ ସମ୍ପକରେ ସୂଚନା ଦେଇଛନ୍ତି ।