ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଳା ସଂଗ୍ରହାଳୟ ପରିଦର୍ଶନ
ଭବାନୀପାଟଣା, ୧୬/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ବିବିଏ, ବିସିଏ ବିଭାଗର ଛାତ୍ରଛାତ୍ରୀମାନେ ଓଡିଆ ପକ୍ଷ -୨୦୨୬ ପାଳନ ଅବସରରେ ଭବାନୀପାଟଣା ସହରସ୍ଥିତ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଜିଲ୍ଳା ସଂଗ୍ରହାଳୟ କୁ ପରିଦର୍ଶନ କରିଥିଲେ । ସଂଗ୍ରହାଳୟରେ ସଂଗୃହୀତ କଳାହାଣ୍ଡିର ପ୍ରାଚୀନ ମୂର୍ତ୍ତୀ, ପ୍ରସ୍ତର , ଇଟା, ପାରଂପରିକ ଅସ୍ତ୍ରଶସ୍ତ୍ର, ଅଳଙ୍କାର ପ୍ରଭୃତି ଦେଖି ଛାତ୍ରଛାତ୍ରୀମାନେ ଖୁସି ଅନୁଭବ କରିଥିଲେ । ପ୍ରାଚୀନ କାଳରେ ମଧ୍ଯ କଳାହାଣ୍ଡି ଐତିହ୍ୟ ଓ ସଂସ୍କୃତି ଦୃଷ୍ଟିରୁ ଉନ୍ନତ ଥିଲା ବୋଲି ସେମାନେ ଆତ୍ମୋପଲବ୍ଧି କରିଥିଲେ । ଜାତୀୟ ଶିକ୍ଷାନୀତି-୨୦୨୦ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କ୍ଷେତ୍ର ଅଧ୍ୟୟନକୁ ଆଧାର କରି ଛାତ୍ରଛାତ୍ରୀମାନେ ଉକ୍ତ ସ୍ଥାନକୁ ପରିଦର୍ଶନରେ ଆସିଥିଲେ । ବିବିଏ ବିସିଏ ବିଭାଗର ଅଧ୍ୟାପକ ଶ୍ରୀ ବ୍ୟୋମକେଶ ପ୍ରଧାନ, ଶ୍ରୀ ରଜତକେତନ ସାହୁ, ଶ୍ରୀ ସଚିନ୍ଦ୍ର ବେହେରା, ଶ୍ରୀ ସୁବାଶିଷ ମିଶ୍ର, ଶ୍ରୀ ସୌରଭ କୁମାର ବାଗ, ଶ୍ରୀ ହିରାରାମ ମେହେର, ଶ୍ରୀ ବିମଳ ପୋଢ, ଓ ଷ୍ଟୁଡେଣ୍ଟ representative ହିତେଶ କୁମାର ସାହୁ ଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ସଂଗୃହୀତ ତଥ୍ୟକୁ ଆଧାର କରି ଛାତ୍ରଛାତ୍ରୀମାନେ ଏକ ପ୍ରକଳ୍ପ ପ୍ରସ୍ତୁତ କରିବେ ଏବଂ ବିଶ୍ୱବିଦ୍ୟାଳୟରେ ଦାଖଲ କରିବେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ