ଭବାନୀପାଟଣା ଠାରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ରାଲି ।
ଭବାନୀପାଟଣା, ୨୫/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମହିଳା ଜନ ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସହର ରେଡକ୍ରସ କଲ୍ୟାଣମଣ୍ଡପ ଠାରୁ ଏହି ରାଲି ବାହାରି ସହରର ଗାନ୍ଧିଛକରେ ପହଞ୍ଚିଥିଲା।ଗାନ୍ଧିଛକ ଠାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ଯେଉଁଠାରେ ବହୁ ସଂଖ୍ୟାରେ ମହିଳା କର୍ମୀ ଓ ଦଳୀୟ ବରିଷ୍ଠ ନେତୃତ୍ୱ ସାମିଲ ହୋଇଥିଲେ।ନାରୀ ଶକ୍ତି ବନ୍ଦନ ଅଧିନିୟମ, ଅର୍ଥାତ୍ ମହିଳା ସଂରକ୍ଷଣ ବିଲ୍କୁ ବିରୋଧୀ ଦଳଗୁଡ଼ିକ ସମର୍ଥନ ନକରିବା ଓ ସେମାନଙ୍କର ମହିଳା ବିରୋଧୀ ମାନସିକତା ପ୍ରତିବାଦରେ ଏହି ରାଲି ଆୟୋଜିତ ହୋଇଥିଲା।ରାଲି ମାଧ୍ୟମରେ ବିରୋଧୀ ଦଳଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା।ଏହି ସଭାରେ ବରିଷ୍ଠ ବିଜେପି ନେତାମାନେ ଓ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇ ବିରୋଧୀ ଇଣ୍ଡି ମେଣ୍ଟ ଉପରେ ତୀବ୍ର ଆକ୍ରମଣ କରିଥିଲେ।