34ବର୍ଷର ଶିକ୍ଷା ଦାନ ପରେ ଗଣିତ ଅଧ୍ୟାପକ ସୁକାନ୍ତ ଗିରିଙ୍କ ଲକ୍ଷ୍ମୀ ନାରାୟଣ କଲେଜରୁ ଅବସର ଗ୍ରହଣ ।
ବାଲିଆପାଳ, ୩୦/୦୪ ( ସନ୍ୟାସୀ ବେହେରା ) : ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜର ଗଣିତ ବିଭାଗ ବରିଷ୍ଠ ଅଧ୍ୟାପକ ଡ଼ଃ ସୁକାନ୍ତ ଗିରି ଗୁରୁବାର କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଏହି କଲେଜରେ ସେ ଦୀର୍ଘ ୩୪ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ। ସେ ପେସାରେ ଜଣେ ଅଧ୍ୟାପକ ହୋଇ ଥିଲେ ବି ନିଶାରେ ଜଣେ ସାହିତ୍ୟିକ ଓ ଖବର ଦାତା ଥିଲେ। ବାଲିଆପାଳ ଇତିହାସ ସମେତ ୬ଖଣ୍ଡ ପୁସ୍ତକ ଓ ୩ ଖଣ୍ଡ ମ୍ୟୁଜିକ କ୍ୟାସେଟ କରି ସୁଖ୍ୟାତି ଅର୍ଜନ କରିଛନ୍ତି। ଅବସର ଗ୍ରହଣ ଅବସରରେ ଡ଼ଃ ଶିବ ନାରାୟଣ ମହାପାତ୍ର, ଅଜିତ କୁମାର ଭୂୟାଁ, ନଗେନ୍ଦ୍ର ନାଥ ପାତ୍ର, ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ, ତାପସ ତନୟ ନନ୍ଦୀ, ନିର୍ମଳ ସାମଲ, ସବିର ହୋସେନ, ମସାଙ୍ଗ ଟୁଡୁ, ପର୍ଶୁରାମ ଗିରି, ସମ୍ବିତ ଦଳାଇ ଗୋପୀନାଥ ପଣ୍ଡା, ଆଶୁତୋଷ ଯତି, ବଂଶୀଧର ନାୟକ, ଶଶିକାନ୍ତ ଜେନା, ସନ୍ତୋଷ ସାହୁ, ସଞ୍ଜୟ ଦେ, ମନୋଜ ସାମନ୍ତ, ସୁଧାକର ଦାସ, ରାଧାକୃଷ୍ଣ ପ୍ରଧାନ ଆମ ସାମ୍ବାଦିକ ସନ୍ୟାସୀ ବେହେରା, ଜ୍ୟୋତି ପ୍ରକାଶ ପଟ୍ଟାୟତ , ଶ୍ରୀହରି ମଣ୍ଡଳ, ସୁଷମା ରାଣୀ ମହାନ୍ତି, ସତ୍ୟ ସାଧନା ଗିରି ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଡ଼ଃ ଗିରିଙ୍କୁ ଅଧ୍ୟକ୍ଷ ଦିବ୍ୟେନ୍ଦୁ ଗିରି ଓ ଗଣିତ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।