Hot Posts

6/recent/ticker-posts

ବାଲିଆପାଳରେ ଜନ ଆକ୍ରୋଶ ମହିଳା ସମାବେଶ।

ବାଲିଆପାଳ ୩୦/୪ ( ସନ୍ୟାସୀ ବେହେରା ) : ଭାରତୀୟ ଜନତା ପାର୍ଟି ଉତ୍ତର ବାଲେଶ୍ୱର ସ୍ତରୀୟ ଜନ ଆକ୍ରୋଶ ମହିଳା ସମାବେଶ ଗୁରୁବାର ବାଲିଆପାଳ ନୂଆ ଵସ ଷ୍ଟାଣ୍ଡ ପଡିଆରେ ଅନୁଷ୍ଠିତ ହୋଇଛି। ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ କୁ ତୀବ୍ର ସମାଲୋଚନା କରିଥିଲେ। ଏମାନେ ଲୋକ ସଭାରେ ବିଲକୁ ବିରୋଧ କରି ମହିଳା ମାନଙ୍କ ପ୍ରତି ଅବିଚାର କରିଛନ୍ତି ବୋଲି ବିଜେପି ଆଜି ରାଜ ରାସ୍ତାକୁ ଓହ୍ଲାଇଛି ବୋଲି କହିଛି। ଆଗାମୀ ଦିନରେ ମହିଳା ମାନେ ଏହାର ଉଚିତ ଜବାବ ଦେବେ ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ସିପ୍ରା ବାଜ ପେୟୀ , ମମତା ମହାପାତ୍ର, ସାଂସଦଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ରବୀନ୍ଦ୍ର ନାଥ ଅଣ୍ଡିଆ, ଜଳେଶ୍ୱର ବ୍ଲକ ପ୍ରତିନିଧି ବ୍ରଜ ମୋହନ ପ୍ରଧାନ, ଭୋଗରାଇ ବ୍ଲକ ପ୍ରତିନିଧି ଆଶିଷ କୁମାର ପାତ୍ର,ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ, ଲମ୍ବୋଦର ମାହାନା, ସୁମତୀ ଦେ, ଅନିମା ପାଣିଗ୍ରାହୀ, ସଂଯୁକ୍ତା ମଣ୍ଡଳ, ହରପ୍ରିୟା ପାତ୍ର ପ୍ରମୁଖ ସମାବେଶରେ ଉଦବୋଧନ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଏକ ରାଲି ବଜାର ପରିକ୍ରମା କରିଥିଲା।