ରାୟଗଡ଼ UGMITରେ ଧୁମଧାମରେ ବାର୍ଷିକ ସାଂସ୍କୃତିକ ଉତ୍ସବ, ଛାତ୍ରଛାତ୍ରୀଙ୍କ ମନମୁଗ୍ଧକାରୀ ପ୍ରଦର୍ଶନ
ରାୟଗଡ଼, ୨୧ / ୦୩ ( ଭି. ଗୌରି ଶଙ୍କର ରାଓ ) : ଗତକାଲି ୨୦.୦୩.୨୦୨୬ ରିଖ ଦିନ ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନ (UGMIT), ରାୟଗଡ଼ରେ ୨୦୨୫ - ୨୬ ଶିକ୍ଷାବର୍ଷ ପାଇଁ ବାର୍ଷିକ ସାଂସ୍କୃତିକ ଉତ୍ସବ ଧୁମଧାମରେ ପାଳିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ IMFA, ଥେରୁବାଲିର ସିନିୟର ଜେନେରାଲ ମ୍ୟାନେଜର ଶ୍ରୀ ଜି.ଭି. ରାକେଶ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ବାବୁରାଓ ମହାନ୍ତି (ପୂର୍ବତନ ପ୍ରଧାନ ଶିକ୍ଷକ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ) ଓ ଶ୍ରୀ ସବ୍ୟସାଚୀ ସାହୁ (ପୂର୍ବତନ ସହକାରୀ ଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC), ରାୟଗଡ଼) ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟକାର, ସ୍ତମ୍ଭକାର ଏବଂ କଵି ଶ୍ରୀ ଦ୍ୱିତୀ ଚନ୍ଦ୍ର ସାହୁ ଯୋଗଦେଇ ତାଙ୍କର ପ୍ରେରଣାଦାୟକ ଉଦବୋଧନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଆଗମନପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ବରେଣ୍ୟ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଗୀତିକା ଗାନ କରାଯାଇଥିଲା ଓ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହାପରେ ସଂସ୍କୃତି ବିଭାଗ ଦାୟିତ୍ୱ ତୁଲାଉଥିବା ଭାରପ୍ରାପ୍ତ ଅଧିକାରୀ ବାର୍ଷିକ ପବିବରଣୀ ପାଠ କରିଥିଲେ ଏବଂ ପରେ ପରେ ଅତିଥିମାନେ ତାଙ୍କର ବହୁମୂଲ୍ୟ ଉଦବୋଧନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ | ଏହି ଅବସରରେ ଜୋନାଲ୍ ସ୍ତରର ପଲିଫେଷ୍ଟ ବିଜେତାଙ୍କୁ ସମ୍ମାନିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଭାକୁ ମନୋମୁଗ୍ଧ କରିଥିଲା। ପରିଶେଷରେ ସୁସ୍ୱାଦୁ ରାତ୍ରି ଭୋଜନ ସହିତ ସମଗ୍ର ଉତ୍ସବଟି ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଉଦଯାପିତ ହୋଇଥିଲା ।