କବି ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ବିୟୋଗରେ ସାହିତ୍ୟ ସଂସଦ ପକ୍ଷରୁ ଶୋକ ସଭା
କର୍ଲାମୁଣ୍ଡା, ୦୪/୦୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢ଼ୀ ଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି। ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶୋକ ସଭାରେ ସମ୍ପାଦକ ପ୍ରାରମ୍ଭିକ ସୂଚନା ଦେବା ସହିତ ସଭା ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ସ୍ବର୍ଗତ ପାଢ଼ୀ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସହ ସଂପାଦକ ପରମାନନ୍ଦ ବିଶି, ବରିଷ୍ଠ ସଦସ୍ୟ ପବନ ମହାଲିକ, ସୁଶାନ୍ତ ମିଶ୍ର, ରଜନୀକାନ୍ତ ମହାଖୁଡ, ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ସଦସ୍ୟ ଜଳେଶ୍ଵର ହେ ଉପସ୍ଥିତ ରହି ନିଜ ନିଜ ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।