ବିଜେପି ପକ୍ଷରୁ ସାମ୍ବାଦିକ ଙ୍କୁ ଅଣଦେଖା କାହିଁକି l
ବାଲେଶ୍ୱର, ୧୧/୦୬ ( ପ୍ରଭାକର ମଲ୍ଲିକ ) : ସଦର ବିଧାୟକ ମାନସ କୁମାର ଦତ୍ତ ସାମ୍ବାଦିକ ଙ୍କୁ ଖାଲି କଥାରେ ଚତୁର୍ଥ ସ୍ତମ୍ଭ ନା କାମରେ । ଘଟଣା ହେଉ କି ଦୁର୍ଘଟଣା, ସମସ୍ୟା ହେଉ କି ସମାଧାନ , ନେତାଙ୍କ ରାଜନୀତି ସଭା ହେଉ କି ଅନ୍ୟ କାର୍ଯ୍ୟକ୍ରମ , ଗାଁ ରୁ ସହର ସବୁଠି ସମସ୍ତଙ୍କ ସମସ୍ୟା ଲୋକ ଲୋଚନ କୁ ଆଣେ ସାମ୍ବାଦିକ । କିନ୍ତୁ ବର୍ତ୍ତମାନ ର ସରକାର ସମୟରେ ସ୍ତାଣୁ ପାଲଟି ଯାଇଛି ଗୋଟେ ସାମ୍ବାଦିକ । ଏଇଭଳି ରୋଚକ ସ୍ଥିତି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ରେ ବିଜେପି କର୍ମୀ ନେତା ମାନେ ବାରମ୍ବାର ଦୋରାଇହି ଚଲିଛନ୍ତି । ତାହା ବିଧାୟକ ଙ୍କ ପାଖରେ ମଧ୍ୟ ଖବର ଅଛିକି ନାହିଁ ଜଣା ନାହିଁ। କିଛି ଦିନ ତଳେ ଏକ ସଡ଼କ ଉଦ୍ଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମ ସଦର ବ୍ଲକ ରୂପସା ଅଞ୍ଚଳ ରେ ହୋଇଥିଲା , ଗତକାଲି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଙ୍କ ପକ୍ଷରୁ କଶିପଦା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଦୁଃଖର ବିଷୟ ରୂପସା ଅଞ୍ଚଳ ର କୌଣସି ସାମ୍ବାଦିକ ଙ୍କ ପାଖରେ ଖବର ନାହିଁ। ଗ୍ରାମାଞ୍ଚଳ ର ନେତ୍ରୁ ମଣ୍ଡଳୀ ସାମ୍ବାଦିକ ଙ୍କ ଉପସ୍ଥିତି ଚାହୁଁନାହାନ୍ତି କି ଉପରୁ ସାମ୍ବାଦିକ ଙ୍କୁ ମନା କରାଯାଇଛି ତାହା ଜଣାପଡୁନି । ଏହାକୁ ନେଇ ରୂପସା ଅଞ୍ଚଳ ର ସାମ୍ବାଦିକ ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l