Hot Posts

6/recent/ticker-posts

କଟକ ଚୌଦ୍ୱାର ସ୍ଥିତ ଆଗ୍ରାହାଟ ଗ୍ରାମର ମୂରବୀ ବ୍ୟକ୍ତି ରାମଚନ୍ଦ୍ର ବାରିକ ଙ୍କ ପରଲୋକ।

କଟକ, ୧୨/୦୬ ( କାଁହୁ ଚରଣ ବାରିକ ) : କଟକ ଚୌଦ୍ୱାର ସ୍ଥିତ ଆଗ୍ରାହାଟ ଗ୍ରାମର ମୂରବୀ ବ୍ୟକ୍ତି ରାମଚନ୍ଦ୍ର ବାରିକ ଙ୍କ ପରଲୋକ। ଗତକାଲି ଗୁରୁବାର ରାତିରେ brain stroke ରେ ପରଲୋକ ଘଟିଛି। ମୁର୍ତ୍ତୃ ବେଳେ ତାଙ୍କ ବୟସ ୬୬ବର୍ଷ ହୋଇଥିଲା. ଅତି ସ୍ନେହୀ , ଦୟାବାନ୍ ଓ ଭଲ ମଣିଷ ଥିଲେ ସେ। ସେ ଜଣେ ଧାର୍ମିକ, ପରୋପକାରୀ ଲୋକ ଥିଲେ. ଖବର ସଂଗ୍ରହ ବେଳେ ଅନେକ ସମୟରେ ରାମଚନ୍ଦ୍ର ବାବୁ ଙ୍କ ସହ ସାକ୍ଷାତ ହୋଇଥାଏ। ଗତ ୧୫ଦିନ ତଳେ ମଧ୍ୟ ଦେଖା ହୋଇଥିଲା ତାଙ୍କ ସହ। ଅତି ଭଦ୍ର ବ୍ୟବହାର ତାଙ୍କର । ଜଣେ ଗାଁ ମୂରବୀ ଭାବରେ ଓ ଜଣେ ସଚେତନ ନାଗରିକ ଭାବେ ସେ ଅତି ପରିଚିତ ଥିଲେ। ତାଙ୍କ ବିୟୋଗ ରେ ତାଙ୍କ ୩ପୁତ୍ର ଅକ୍ଷୟ ବାରିକ, ଅଶୋକ ବାରିକ, ତୁଷାର ବାରିକ ଏବଂ ସହପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡିଛନ୍ତି.ମା କଟକ ଚଣ୍ଡୀ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ.


କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତ News #