Hot Posts

6/recent/ticker-posts

୪ର୍ଥ ଜାତୀୟସ୍ତରୀୟ ନାଞ୍ଚାକୁ ପ୍ରତିଯୋଗିତାରେ କନ୍ଧମାଳର ଦମଦାର ପ୍ରଦର୍ଶନ, ୮ଟି ପଦକ ଜିତି ଗୌରବ

କନ୍ଧମାଳ, ୩/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ୪ର୍ଥ ଜାତୀୟସ୍ତରୀୟ ନାଞ୍ଚାକୁ ପ୍ରତିଯୋଗୀତାରେ ଦମଦାର ପ୍ରଦର୍ଶନ କରି ୮ଟି ପଦକ ଜିତି ଗୌରବ ହାସଲ କରିଛନ୍ତି। ସୂଚନା ପ୍ରକାରେ ଉତ୍ତରପ୍ରଦେଶର କାନପୁର ଠାରେ ଆୟୋଜିତ ୪ର୍ଥ ଜାତୀୟସ୍ତରୀୟ ନାଞ୍ଚାକୁ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପ୍ରତିଯୋଗୀ ମାନେ ଚମତ୍କାର ପ୍ରଦର୍ଶନ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୦୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ୧୦ଟି ରାଜ୍ୟରୁ ପ୍ରାୟ ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କୋଚ ଗୋପାଳ ଚନ୍ଦ୍ର କହଁରଙ୍କ ସୁଦୃଢ଼ ନେତୃତ୍ବରେ କନ୍ଧମାଳ ଦଳ ଉତ୍ତମ ଖେଳ ପ୍ରଦର୍ଶନ କରି ମୋଟ ୮ଟି ପଦକ ହାସଲ କରିଛି । କୋଚ ଗୋପାଳ ଚନ୍ଦ୍ର ନିଜେ ୧ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଥିବା ବେଳେ ବୈଲୋଚନ ମଲିକ ୩ଟି କାଂସ୍ୟ ପଦକ ଓ ପ୍ରିୟାଂଶୁ ଶେଖର ୨ଟି କାଂସ୍ୟ ପଦକ ଅର୍ଜନ କରିଛନ୍ତି। କନ୍ଧମାଳର ଏହି ସଫଳତା ଯୁବ ପ୍ରତିଭାଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବା ସହ ଜିଲ୍ଲା ଓ ରାଜ୍ୟର କ୍ରୀଡା ମାନଚିତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ।ଜିଲ୍ଲାବାସୀ ଓ କ୍ରୀଡାପ୍ରେମୀମାନେ ଖେଳାଳି ଓ କୋଚଙ୍କୁ ଭୂରିଭୂରି ଶୁଭେଚ୍ଛା ଜଣାଇଛନ୍ତି ।