କେସିସି ବ୍ୟାଙ୍କ ସମ୍ପାଦକ ଦାଇତ୍ୱ ନେଲେ ଓସୂର୍ୟ୍ଯରତ୍ନ। ଦିବଙ୍ଗତ ଡିଆରସିଏସ ସଦାନନ୍ଦଙ୍କ ପାଇଁ ଶୋକସଭା।
ଜୟପୁର, ୦୧/୦୨ ( ଏ. ଭେଙ୍କଟ ରାଓ ) : କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ଭାବରେ ଦାଇତ୍ୱ ନେଲେ ଓସୂର୍ୟ୍ଯରତ୍ନ ମହାନ୍ତି ପୂର୍ବତନ ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ ଙ୍କ ଅବସର ପରେ ସମବାୟ ପ୍ରସିକ୍ଷଣ ପ୍ରତିଷ୍ଠାନରେ କାର୍ଯ୍ୟରତ ଓସୂର୍ୟ୍ଯରତ୍ନ ମହାନ୍ତିଙ୍କୁ ରାଜ୍ୟ ସରକାର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କ ସଭାପତି ଈଂ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ନିର୍ଦ୍ଦେଶକ ରମାକାନ୍ତ ରାଉଳ ବ୍ୟାଙ୍କ କର୍ମଚାରି ସଂଘ କାର୍ଯ୍ୟକର୍ତ୍ତା ଦିଗାମ୍ବର ନାୟକ ଏବଂ ଏଜିଏମ ହରିଶ ଚନ୍ଦ୍ର ବାନଗାଡିଙ୍କ ଉପସ୍ଥିତିରେ ସଭାପତିଙ୍କ କକ୍ଷରେ ପୂର୍ବତନ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ ନୂତନ ସମ୍ପାଦକଙ୍କୁ ସ୍ଵାଗତ କରିବା ସହ ଦାଇତ୍ୱ ହସ୍ତାନ୍ତର କରିଥିଲେ। ତତ ପରେ ସଭାପତି ଇଁ ଇଶ୍ଵର ପାଣିଗ୍ରାହୀଙ୍କ ଆଗ୍ରହ କ୍ରମେ ସମବାୟ ବିଭାଗର ନବରଙ୍ଗପୁର ଜିଲ୍ଲା ଡିଆରସିଏସ ଭାବେ କାର୍ଯ୍ୟରତ ଥିବା ସଦାନନ୍ଦ ଦାସଙ୍କ ନିଧନରେ ଦୁଇ ମିନିଟ ନିରବ ପ୍ରାର୍ଥନା କେସିସି ବ୍ୟାଙ୍କର ସଭାଗୃହରେ କରାଯାଇଥିଲା ଏଥିରେ କୋରାପୁଟ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ପ୍ରାକ୍ତନ ଏବଂ ନୂତନ ସମ୍ପାଦକ, ନିର୍ଦ୍ଦେଶକ, ବ୍ୟାଙ୍କର ଆଇନ ପରାମର୍ଶ ଦାତା ତ୍ରିନାଥ ଦାସ ଏବଂ ସମସ୍ତ ବ୍ୟାଙ୍କ କର୍ମଚାରି ମାନେ ଉପସ୍ଥିତ ଥିଲେ।