Hot Posts

6/recent/ticker-posts

“୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ସାରାଦେଶରେ ବ୍ୟାଙ୍କ ଆନ୍ଦୋଳନ: ରାୟଗଡ଼ାରେ ସମସ୍ତ ବ୍ୟାଙ୍କର ସମର୍ଥନ”

ରାୟଗଡ଼ା, ୨୭/୦୧ ( ଭି. ଗୌରି ଶଙ୍କର ରାଓ ) : ସପ୍ତାହକୁ ୫ ଦିନ କାର୍ଯ୍ୟ ସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସେହି ଭଳି ରାୟଗଡ଼ା ସହରରେ ମଧ୍ୟ ସମସ୍ତ ବ୍ୟାଙ୍କ ସମର୍ଥନ ଜଣାଇଛନ୍ତି।ରାୟଗଡାରେ ଆୟୋଜିତ ଧାରଣାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଇସିଆଇସିଆଇ ବ୍ୟାଙ୍କ,ହେଚ ଡି ଅଫ ସି ବ୍ୟାଙ୍କ, ବ୍ୟାଙ୍କ ଏଫ୍ ଇଣ୍ଡିଆ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,ଏଚଡିଏଫସି ବ୍ୟାଙ୍କ,  ବରୋଦା, ଇଣ୍ଡିଆନ୍ ବ୍ୟାଙ୍କ,  ୟୁଜିବି (UGB) ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଧରଣାକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି।ବ୍ୟାଙ୍କ କର୍ମଚାରୀ ମାନଙ୍କ କହିବା ଅନୁଯାୟୀ,କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରି ୫ ଦିନିଆ କାର୍ଯ୍ୟସପ୍ତାହ ପ୍ରଣାଳୀ ଲାଗୁ ନକରିଲେ, ଆଗାମୀ ଦିନରେ ସାରା ଭାରତର ବ୍ୟାଙ୍କଗୁଡ଼ିକ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି।ରାୟଗଡ଼ା ସହରରେ  ହୋଇଥିବା ଏହି ଧରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଛି।ଆନ୍ଦୋଳନ ସମୟରେ ସାଧାରଣ ଗ୍ରାହକଙ୍କୁ କୌଣସି କ୍ଷତି କିମ୍ବା ଅସୁବିଧା ହେବ ନାହିଁ ବୋଲି କର୍ମଚାରୀ ମାନେ କହିଛନ୍ତି।