ମାରୁତି ସେନାର ସପ୍ତମ ବାର୍ଷିକ ଉତ୍ସବରେ କନ୍ଧମାଳର ୩ ସ୍ୱେଚ୍ଛା ସେବୀ ସଂଗଠନ ସମ୍ବର୍ଦ୍ଧିତ
କନ୍ଧମାଳ ୦୧/୨ ( ଅଚ୍ୟୁତ ଜାନୀ ) : ଆଜି ମାରୁତି ସେନାର ରାଜ୍ୟ ସଂଗଠନ ପକ୍ଷରୁ ପୁରୀ ସାଂସ୍କୃତିକ ଭବନ ଠାରେ ଆୟୋଜିତ ହୋଇଥିବା ୭ମ ବାର୍ଷିକ ଉତ୍ସବରେ କନ୍ଧମାଳର ୩ଟି ସ୍ୱେଚ୍ଛା ସେବୀ ସଂଗଠନ ସମ୍ବର୍ଦ୍ଧିତ । ସୂଚନା ପ୍ରକାରେ ମାରୁତି ସେନା ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ପୁରି ସାଂସ୍କୃତିକ ଭବନ ଠାରେ ତାର ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସଂଗଠନର ରାଜ୍ୟ ସଭାପତି ପପୁ ଦଳବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଥିଲେ । ମୁଖ୍ୟତଃ ପ୍ରତ୍ୟେକ ବର୍ଷ ରାଜ୍ୟରେ ସ୍ୱେଚ୍ଛା ସେବୀ ଭାବେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ତାର ବାର୍ଷିକ ଉତ୍ସବ ରେ ନିମନ୍ତ୍ରଣ କରି ସମ୍ବର୍ଦ୍ଧନା ପୂର୍ବକ ଉତ୍ସାହିତ କରିଥାଏ । ଠିକ୍ ସେହିଭଳି ଆଜି ମଧ୍ୟ ତାହା ଦେଖିବାକୁ ମିଳିଥିଲା ସେଥିରେ କନ୍ଧମାଳ ଜିଲ୍ଲାର ୩ଟି ସ୍ୱେଚ୍ଛା ସେବୀ ସଂଗଠନ ସମ୍ବର୍ଦ୍ଧିତ ହୋଇଥିଲେ । ସେଥି ମଧ୍ୟରୁ କୁଇ ସମାଜ ଯୁବ ପରିଷଦ କନ୍ଧମାଳ, ମାଁ ସୁରା ଦେଇ ଫ୍ରେଣ୍ଡସ କ୍ଲବ ଖଜୁରୀପଡ଼ା ଓ ଫ୍ରେଣ୍ଡସ କ୍ଲବ କୋଟଗଡ ପ୍ରମୁଖ । କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପକ୍ଷରୁ ଉପସଭାପତି ମଙ୍ଗରାଜ ପ୍ରଧାନ, ଭାଷା ଗବେଷକ ବିଷ୍ଣୁଚରଣ ମଲିକ, ସୋସିଆଲ କୋଡିନେଟର ଇନ୍ଦ୍ରମଣି କହଁର ଓ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ଖଜୁରୀପଡ଼ା ପକ୍ଷରୁ ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡାଙ୍କ ନେତୃତ୍ବରେ, ଉପସଭାପତି ସୁଧାଂଶୁ ବେହେରା,ତରଣୀସେନ ମଲିକ,ଅଶୋକ ବେହେରା ,ପଦ୍ମଚରଣ ବେହେରା ,ରବିନ୍ଦ୍ର ବେହେରା ,ହରି ଚନ୍ଦ୍ର ବେହେରା ,ଜିତେନ୍ଦ୍ର ମଳିକ , ପ୍ରଭାତ ବେହେରା ,ପ୍ରସନ୍ନ ବେହେରା ଓ ଫ୍ରେଣ୍ଡସ କ୍ଲବ କୋଟଗଡର ଅସୁବିଧା ବଶତଃ ଯୋଗ ଦେଇ ନ ପାରିଥିବାରୁ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଉପସଭାପତି ମଙ୍ଗରାଜ ପ୍ରଧାନ ସମ୍ବର୍ଦ୍ଧନା ପତ୍ର ଗ୍ରହଣ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ସର୍ବାଧିକ ୧୧୦ ରୁ ଉର୍ଦ୍ଧ ସଂଗଠନ କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।