ଗୁମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଏସ ଆଶାଲତା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ରାୟଗଡ଼ା, ୦୧/୦୨ ( ଭି. ଗୌରି ଶଙ୍କର ରାଓ ) : ଗୁମ୍ମା ପ୍ଲସ ଟୁ କଲେଜ ର ଅଧ୍ୟକ୍ଷା ଏସ ଆଶାଲତା ଶନିବାର ଦିନ ସରକାରୀ ଚାକିରୀରୁ ଅବସର ନେଇଛନ୍ତି | ଏହି ଅବସରରେ ଗୁମ୍ମା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଶି ଭୂଷଣ ପଟ୍ଟନାୟକ, ବରେଣ୍ୟ ଅତିଥି ରୂପେ ପ୍ରଭାକର ମିଶ୍ର, ବିଭୂତି ଭୂଷଣ ରଥ, ବିନୋଦ ମହାନ୍ତି, ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ହୋଇ ଆଶାଲତାଙ୍କ ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ | ଗୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 2011 ମସିହାରେ ହାଇସ୍କୁଲ ଓ 2025 ସେପ୍ଟେମ୍ବର ମାସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରାପ୍ତ କରିଛି | ବର୍ତ୍ତମାନ ବିଜ୍ଞାନ ରେ ଛଅ ଓ କଳାରେ ଚବିଷି ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ଅଛନ୍ତି | ବିଦ୍ୟାଳୟର ପଞ୍ଚ ତିରିଶି ଜଣ କର୍ମଚାରୀ ଆଶାଲତାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହ ଅବସରକାଳୀନ ଦୁଃଖ ପ୍ରକାଶ କରିଛନ୍ତି | ଶ୍ରୀ ଉଗ୍ରତାରା ଉଚ୍ଚବିଦ୍ୟାଳୟରେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିବା ଆଶାଲତା ଜିସିଡି ଜିଲ୍ଲା ସ୍କୁଲ, ପେଣ୍ଟା , ଗାଦବା ସାହି, ଆର ଏସ ଇ ଡବ୍ଲ୍ୟୁ ସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରୂପେ ଦାଇତ୍ଵ ନିର୍ବାହ କରିଥିଲେ | ଅନେକ ଘାତ ପ୍ରତିଘାତ ମଧ୍ୟରେ ମଧ୍ଯ ଚାଳିଶି ବର୍ଷ ଚାକିରୀ ସମୟରେ ଅନେକ ସଫଳତା ସହ କର୍ତ୍ତବ୍ୟନିଷ୍ଠ ଥିବା ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ |ଓଷ୍ଟା ପକ୍ଷ୍ୟରୁ ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ରଥ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ପାଦକ ନୀଳାଞ୍ଚଳ ମିଶ୍ର ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ମାନିତ କରିଥିଲେ | ଅବସରକାଳୀନ ସମ୍ବର୍ଦ୍ଧନା ସଭା ରେ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟର ନିହାରିକା ବିଡ଼ିକା ଆକୁସିଂ ରୁ ଦମୟନ୍ତୀ ଝୋଡ଼ିଆ, ନାଇରାରୁ ବିଡ଼ିକା, ବିକ୍ରମପୁରରୁ ସସ୍ମିତା ଦେବୀ ପ୍ରମୂଖ ଜିଲ୍ଲାର ବିଭିନ୍ନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଆଶାଲତା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଆଶାଲତାଙ୍କ ଅବସର ପରେ ଏମ ରଜନୀକାନ୍ତ ଅଧ୍ୟକ୍ଷ ଦାଇତ୍ଵ ଗ୍ରହଣ କରିଛନ୍ତି | କାର୍ଯ୍ୟକ୍ରମ କୁ ସଂଯୁକ୍ତା ପାଣିଗ୍ରାହୀ ଓ ଏମ ରଜନୀକାନ୍ତ ପରିଚାଳନା କରିଥିଲେ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ଉପସ୍ଥିତ ସମସ୍ତ ଅତିଥିବୃନ୍ଦଙ୍କୁ ଗଛଟିଏ ଦେଇ ବିଦ୍ୟାଳୟ ପକ୍ଷ୍ୟରୁ ସମ୍ବର୍ଦ୍ଧିତ କରାଯାଇଥିଲା |